ବିଜ୍ଞାନର ଉପକାରିତା ସମାଜର ହିତରେ ବ୍ୟବହାର କରାଯିବା ଦରକାର
ରେଙ୍ଗାଲିକ୍ୟାମ୍ପ : ଅତାବିରା ସ୍ଥିତ ଲାଦେରପାଲି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ମାତୃପୂରୀ ଠାରେ ଅଧ୍ୟକ୍ଷ ଟିକେଲାଲ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସମାଜ ଗଠନରେ ବିଜ୍ଞାନ, ସାହିତ୍ୟ ଓ ବିଜ୍ଞାନ ଭୂମିକା ତଥା ବିଜ୍ଞାନ ଏକ ମ୍ୟାଜିକ ଆଦି ବିଷୟ ବସ୍ତୁକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରରେ ମାତୃପୁରୀର ବବୃବାହନ ମିଶ୍ର, ରଞ୍ଜୁଲତା ବାରିକ୍, ନିରଞ୍ଜନ ପଶାୟତ, ଆଦିତ୍ୟ ମିଶ୍ର, ସରୋଜ ରଥ ପ୍ରମୁଖ ଅଂଶଗ୍ରହଣ କରି ଉପରୋକ୍ତ ବିଷୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସମାଜ ଗଠନରେ ବିଜ୍ଞାନର ଭୂମିକା ଗୁରୁତ୍ବପୂର୍ଣ୍ଣ ଏବଂ ବିଜ୍ଞାନର ଉପକାରିତା ସମାଜର ହିତରେ ବ୍ୟବହାର କରାଯିବା ଦରକାର ବୋଲି ସେମାନେ କହିଥିଲେ। ଏହାପରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ଜଣା ଅଜଣା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିରେ ଦେବାଶିଷ, ସାଇନା, ଆୟୁଷ, ସ୍ନେହା, ସ୍ୱରୂପ, ହେମକାନ୍ତ, କେଦାରନାଥ କୃତିତ୍ୱ ହାସଲ କରିଥିଲେ। କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା
। ଏହି କାର୍ଯ୍ୟକ୍ରମ ପରିଚାଳନାରେ ମତୃପୁରୀର ଯୁଗଳ କିଶୋର ସାହୁ, ସୁନୀଲ ଖମାରୀ, ଯତୀନ୍ଦ୍ର ପ୍ରଧାନ, ରାଜକିଶୋର ସେଠ୍, ମୋନାଲିସା ବିଶ୍ବାଳ, ସୁଖଦl ମିଶ୍ର, ମାନସ ଦାନି, ଦୂର୍ବାଦଲ ସାହୁ, ଏକାଦଶୀଆ ସାହୁ ଓ ମାନସ ଦାନୀ ପ୍ରମୁଖ ସହଯୋଗ କରିଥିଲେ। ସେହିପରି ଅତାବିରାର ଲାଦେରପାଲି ଉଚ୍ଚ ବିଦ୍ୟାଳୟ,ଅତାବିରା ନୋଡାଲ ସ୍କୁଲ୍ ଆଦି ମାନଙ୍କରେ ମଧ୍ୟ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରାଯାଇଥିଲା।
Comments are closed.