ଦେଶ ଗଠନରେ ମଧ୍ୟମବର୍ଗ ଲୋକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ – ପ୍ରଧାନମନ୍ତ୍ରୀ

ଡେସ୍କ: ଦେଶ ଗଠନରେ ମଧ୍ୟମବର୍ଗ ଲୋକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏକ ଟ୍ୱିଟ୍‌‌ରେ ଶ୍ରୀ ମୋଦୀ କହିଛନ୍ତି ନବଭାରତରେ ବିକାଶ ଏବଂ ଅଭୁଦୟ କ୍ଷେତ୍ରରେ ମଧ୍ୟମ ଶ୍ରେଣୀର ଲୋକମାନେ ଆଗରେ ରହିଛନ୍ତି। ସେ କହିଛନ୍ତି ସରକାର ସେହି ଶ୍ରେଣୀର ଲୋକମାନଙ୍କ ସହଜ ଜୀବନଯାପନ ନିମନ୍ତେ ଅନବରତ କାର୍ଯ୍ୟ କରୁଛନ୍ତି। ଗତ ୯ବର୍ଷରେ ସରକାର ଏ ସମ୍ପର୍କିତ ଅନେକ ଗୁଡ଼ିଏ ସରଳ ପଦ୍ଧତି ଆପଣେଇଛନ୍ତି। ଏଥିରେ ଋଣ ଗ୍ରହଣ ହାର ହ୍ରାସ, ଆୟକରରେ ରିହାତି, ଟଙ୍କା ମୂଲ୍ୟରେ ବୃଦ୍ଧି ଏବଂ ଦ୍ରବ୍ୟ ଓ ସେବାକର ଲାଗୁ କରିବା ଭଳି ବିଷୟ ରହିଛି।

ସୂଚନା ଅନୁଯାୟୀ ୨୦୧୪ରେ ଦେଶରେ ୨୬ ପ୍ରତିଶତ ମଧ୍ୟମ ଶ୍ରେଣୀର ଜନସାଧାରଣ ରହିଥିବା ବେଳେ ୨୦୨୩ରେ ତାହା ୩୧ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୪-୧୫ ଆର୍ଥିକ ବର୍ଷ ତୁଳନାରେ ଏବେ ଦେଶର ମୁଣ୍ଡପିଛା ଆୟ ୧ଲକ୍ଷ ୭୨ହଜାର ଟଙ୍କାକୁ ବୃଦ୍ଧି ପାଇଛି। ୨୦୧୪-୧୫ରେ ଏହା ୮୬ହଜାର ୬୪୭ଟଙ୍କା ରହିଥିଲା।

Comments are closed.