ମଧ୍ୟପ୍ରଦେଶରେ ଆରମ୍ଭ ହେଲା ଲାଡ୍ଲୀ ବେହେନା ଯୋଜନା, ୧ କୋଟି ୨୫ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ଗଲା ଅର୍ଥରାଶି

ଡେସ୍କ: ମହିଳାମାନଙ୍କୁ ଆର୍ଥିକ ସଶକ୍ତ କରିବା ଉଦ୍ଦେଶ୍ୟରେ ମଧ୍ୟପ୍ରଦେଶ ସରକାର ‘ଲାଡ୍ଲୀ ବେହେନା’ ନାମକ ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ପ୍ରତ୍ୟେକ ମହିଳାଙ୍କୁ ମାସକୁ ୧ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଗତକାଲି ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାମ ସିଂହ ଚୌହ୍ୱାନ ଜବଲପୁରଠାରେ ୧ କୋଟି ୨୫ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ଏହି ଅର୍ଥରାଶି ପଠାଇଛନ୍ତି।
ଏହି ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ଚୌହ୍ୱାନ କହିଛନ୍ତି ଗତ ମାର୍ଚ୍ଚ ମାସରେ ଏହି ଯୋଜନା ସଂକ୍ରାନ୍ତରେ ଘୋଷଣା କରାଯାଇଥିଲା, ମାତ୍ର ୩୫ ଦିନରେ ୧ କୋଟି ୨୫ଲକ୍ଷ ମହିଳା ପଞ୍ଚିକରଣ କରିଥିଲେ। ରାଜ୍ୟ ସରକାର ଏହି ଯୋଜନା ନେଇ ମହିଳାମାନଙ୍କ ପାଇଁ ୧୮୧ ହେଲ୍ପ ଲାଇନ୍ ନମ୍ବର ଜାରି କରିଛନ୍ତି।
Comments are closed.