www.samajalive.in
Monday, December 15, 2025
24.1 C
Bhubaneswar

ଜହ୍ନ ରାଇଜରେ ପାଦ ଥାପିବ ଚନ୍ଦ୍ରଯାନ-୩ !

ବେଙ୍ଗାଲୁରୁ : ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂକୁ ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ଇତିହାସ ରଚିବ ଇସ୍ରୋ। ଆସନ୍ତାକାଲି ସନ୍ଧ୍ୟାରେ ଜହ୍ନ ରାଇଜରେ ପାଦ ଥାପିବାକୁ ଯାଉଛି ଭାରତର ବହୁ ପ୍ରତିକ୍ଷିତ ଚନ୍ଦ୍ରଯାନ-୩ । ଏହାକୁ ନେଇ ସାରା ଭାରତବାସୀ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି। ଇତି ମଧ୍ୟରେ ଇସ୍ରୋ ଅଧ୍ୟକ୍ଷ ଚନ୍ଦ୍ରଯାନ-୩ର ସ୍ଥିତି ଓ ଗତିବିଧି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇ କହିଛନ୍ତି ଯେ ସମସ୍ତ ପ୍ରଣାଳୀ ଠିକ୍ ଭାବେ କାର୍ଯ୍ୟ କରୁଛି । ବୁଧବାର କୌଣସି ଆକସ୍ମିକ ପରିସ୍ଥିତି ଦେଖା ଦେବାର ସମ୍ଭାବନା ନାହିଁ। ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ ସନ୍ଧ୍ୟା ପ୍ରାୟ ୬ଟା ୦୪ ମିନିଟ୍‌ରେ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବ  ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବାର ପ୍ରାୟ ୨୦ ମିନିଟ ପରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ପହଞ୍ଚିବ । ଏହି ୨୦ ମିନିଟ ଚନ୍ଦ୍ରଯାନର ସଫଳତା ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। ଲ୍ୟାଣ୍ଡିଂ ପରେ ବୈଜ୍ଞାନିକଙ୍କ କମାଣ୍ଡ ଆଧାରରେ ଚନ୍ଦ୍ରପୃଷ୍ଠରେ ଗବେଷଣା ଆରମ୍ଭ କରିବ ରୋଭର ପ୍ରଜ୍ଞାନ। ରୋଭରରେ ଲଗାଯାଇଥିବା ଅଶୋକ ଚକ୍ର ଓ ଇସ୍ରୋର ଲୋଗୋ ଚନ୍ଦ୍ରପୃଷ୍ଠରେ ଭାରତର ଛାପ ଛାଡ଼ିବ । ଲ୍ୟାଣ୍ଡିଂର ୨ ଘଣ୍ଟା ପୂର୍ବରୁ ଚନ୍ଦ୍ର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରାଯିବ ଇସ୍ରୋ। ଯଦି ସବୁକିଛି ଠିକ ନଥାଏ ତେବେ ବିକଳ୍ପ ବ୍ୟବସ୍ଥା ଆପଣାଇବ ଇସ୍ରୋ । ଏଥିପାଇଁ ପୁରା ଟିମ୍‌ ପ୍ରସ୍ତୁତ ରହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories