www.samajalive.in
Tuesday, December 9, 2025
15.1 C
Bhubaneswar

ମଣିପୁରରେ ପୁଣି ହିଂସା, ଗୁଳିରେ ଗଡ଼ିଲା ୩ ମୁଣ୍ଡ

ଇମ୍ଫାଲ: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ମିଳିଥିବା ସୂଚନା ଅନୁସାରେ, ପୁଣି ମୁହାଁମୁହିଁ ହୋଇଛନ୍ତି ମୈତୀ ଓ କୁକୀ ସମ୍ପ୍ରଦାୟ ଲୋକେ। ଫଳରେ ଗୁଳି ମାଡ଼ରେ ଅକାଳରେ ଯାଇଛି ୩ ଜୀବନ । ବିକ୍ଷୋଭକାରୀ ଅନେକ ଲୋକଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ବିଷ୍ଣୁପୁର ପୁଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପରିସ୍ଥିତି ଅଣାୟତ୍ତ ହେବା ସହ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ।  ମୈତୀ ସମ୍ପ୍ରଦାୟର ୩ ଲୋକଙ୍କୁ ହତ୍ୟା କରାଯାଇଛି। ତେବେ ଏହି ଘଟଣା ପରେ ମଣିପୁରର ଇମ୍ଫାଲ ଓ ପଶ୍ଚିମ ଇମ୍ଫାଲ ଜିଲାରେ କୋହଳ କରାଯାଇଥିବା କର୍ଫ୍ୟୁକୁ ପୁଣି ଥରେ କଡ଼ାକଡ଼ି କରାଯାଇଥିଲା । ସ୍ଥିତି ନିୟମନ୍ତ୍ରଣ କରିବାକୁ ପ୍ରଶାସନର ସବୁ ପ୍ରକାର ପ୍ରଚେଷ୍ଟା ବିଫଳ ହୋଇଛି। ହିଂସା ରୋକିବାକୁ ପ୍ରଶାସନ ଅଦ୍ୟାବଧି ଉଦ୍ୟମ ଜାରି ରଖିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories