ରବିବାର ନିଟ୍‌ (ୟୁଜି) ପ୍ରବେଶିକା ପରୀକ୍ଷା, ମଣିପୁରରେ ପରୀକ୍ଷା​‌ ବନ୍ଦ

ନୂଆଦିଲ୍ଲୀ :  ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ନିଟ୍‌ (ୟୁଜି)-୨୦୨୩ ଆସନ୍ତାକାଲି(ରବିବାର) ଅନୁଷ୍ଠିତ ହେବ। ଦେଶର ୪୯୯ଟି ସହରର ବିଭିନ୍ନ କେନ୍ଦ୍ରରେ ଏବଂ ବିଦେଶର ୧୪ଟି ସହରରେ ଦିନ ୨ଟାରୁ ୫ଟା୨୦ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ପାଇଁ ପଞ୍ଜୀକୃତ କରିଥିବା ମେଡିକାଲ ଆଶାୟୀମାନେ ସରକାରୀ ୱେବସାଇଟରୁ neet.nta.nic.in ରେ ପ୍ରବେଶ ପତ୍ର ଡାଉନଲୋଡ୍ କରିପାରିବେ।

ତେବେ ଯେଉଁ ଆବେଦନକାରୀଙ୍କ ପାରୀକ୍ଷା କେନ୍ଦ୍ର ମଣିପୁରରେ ରହିଛି, ସେଠାରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରେ ସେମାନଙ୍କ ପାରୀକ୍ଷା ଅନୁଷ୍ଠିତ ହେବ ବୋଲି ଜାତୀୟ ଟେଷ୍ଟିଂ ସଂସ୍ଥା(ଏନଟିଏ) ପକ୍ଷରୁ  ସୂଚନା ଦିଆଯାଇଛି । ପରୀକ୍ଷା ତାରିଖ ସଂପର୍କରେ ପରେ ସେମାନଙ୍କୁ ସୂଚନା ପ୍ରଦାନ କରାଯିବ।

Comments are closed.