www.samajalive.in
Sunday, December 7, 2025
26.1 C
Bhubaneswar

ନାସା ଉପଗ୍ରହ ଦ୍ୱାରା ଦୁଇ ନୂଆ ଗ୍ରହ ଆବିଷ୍କୃତ

ଓରଲାଣ୍ଡୋ : ଆମେରିକୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ନାସା)ର ଗ୍ରହ ସନ୍ଧାନକାରୀ ଉପଗ୍ରହ ‘ଟେସ୍‍’ ସୌର ଜଗତ ବାହାରେ ୨ଟି ନୂଆ ଗ୍ରହ ଆବିଷ୍କାର କରିଛି। ଏହି ଦୁଇ ନୂଆ ଗ୍ରହ ନାମ ‘ସୂପର ଆର୍ଥ’ ଏବଂ ‘ହଟ ଆର୍ଥ’ ରଖାଯାଇଛି। ଏହି ଦୁଇ ଗ୍ରହ ସୌର ମଣ୍ଡଳଠାରୁ ଯଥାକ୍ରମେ ୬୦ ଏବଂ ୪୯ ଆଲୋକ ବର୍ଷ ଦୂରରେ ଅଛନ୍ତି। ଟେସ୍‍ ଉପ୍ରଗହରେ ସଂଲଗ୍ନ ଅତ୍ୟାଧୁନିକ ଅରବିଟାଲ ଦୂରବୀକ୍ଷଣ ଯନ୍ତ୍ର (ଟେଲିସ୍କୋପ) ମାଧ୍ୟମରେ ଏହି ଦୁଇ ଉପଗ୍ରହକୁ ଆବିଷ୍କାର କରାଯାଇଛି ବୋଲି ଶୁକ୍ରବାର ସୂଚନା ଦିଆଯାଇଛି । ଉଲ୍ଲେଖ ଯେ ଆମେରିକାର ପ୍ଲୋରିଡାସ୍ଥିତ କେପ୍‍ କାନାଭେରାଲରୁ ଚଳିତ ବର୍ଷ ଅପ୍ରେଲ ମାସରେ (ଟ୍ରାଜିଂଟିଂ ଏକ୍ସୋପ୍ଲାଟେନ୍‍ ସର୍ଭେ ସାଟେଲାଇଟ) ଟେସ୍‍ ଉପଗ୍ରହକୁ ମହାକାଶକୁ ଉତକ୍ଷେପଣ କରାଯାଇଥିଲା। କକ୍ଷ ପଥରେ ଅବସ୍ଥାନ କରିବାର ୫ ମାସ ପରେ ଏହା ସୌର ମଣ୍ଡଳ ବାହାରେ ଦୁଇଟି ନୂଆ ଗ୍ରହ ଆବିଷ୍କାର କରିପାରିଛି। ସୌର ଜଗତଠାରୁ ଦୂରରେ ଥିବା ଗ୍ରହ ଓ ସେଥିରେ ଜୀବନ ଉପଯୋଗୀ ପରିବେଶକୁ ଖୋଜି ବାହାର କରିବା ପାଇଁ ୩୩୭ ନିୟୁତ ଡଲାର ବିନିମୟରେ ଟେସ୍‍ ଉପଗ୍ରହକୁ ମହାକାଶକୁ ପଠାଯାଇଛି। ନୂତନ ଭାବେ ଆବିଷ୍କୃତ ଦୁଇ ଗ୍ରହ ନିଜ ସୂର୍ଯ୍ୟର ଅତି ନିକଟରେ ଥିବାବେଳେ ଅତ୍ୟନ୍ତ ଗରମ ହୋଇଥିବାରୁ ଏଥିରେ ଜୀବସତ୍ତା ମଳିବା ସମ୍ଭବ ନୁହେଁ ବୋଲି ଟେସ୍‍ ଉପ ବିଜ୍ଞାନୀ ନିର୍ଦେଶକ ସାରା ସେଗେର ପ୍ରକାଶ କରିଛନ୍ତି। ଆଗକୁ ଏପରି ଅନେକ ଗ୍ରହର ସନ୍ଧାନ ମିଳିବ ବୋଳି ସେ ଆଶା ବ୍ୟକ୍ତ କରିଛନ୍ତି। ସୁପର ଆର୍ଥ ଗ୍ରହ ସୌର ମଣ୍ଡଳଠାରୁ ୬୦ ଆଲୋକ ବର୍ଷ ଦୂରରେ ଅଛି। ଏହା ମାତ୍ର ୬.୨୭ ଦିନରେ ନିଜ ସୂର୍ଯ୍ୟକୁ ପରିକ୍ରମା କରୁଛି। ସେହିପରି ୪୯ ଆଲୋକ ବର୍ଷ ଦୂରରେ ଥିବା ହଟ ଆର୍ଥ ପ୍ରତି ୧୧ ଘଣ୍ଟାରେ ପରିକ୍ରମା ପୂର୍ଣ୍ଣ କରୁଛି। ଏହି ଦୁଇ ଗ୍ରହର ପୃଷ୍ଠଭୂମି ସମ୍ପୂର୍ଣ୍ଣ ଭାବେ କଠିନ୍‍ କିମ୍ବା ସମ୍ପୂର୍ଣ୍ଣ ରୂପେ ଜଳମୟ ବୋଲି ଅନୁମାନ କରାଯାଉଛି। ଅର୍ଥାତ ଗ୍ରହ ଦ୍ୱୟ ସମ୍ପୂର୍ଣ୍ଣ ରୂପେ କଠିନ କିମ୍ବା ତରଳ ଅବସ୍ଥାରେ ଅଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories