www.samajalive.in
Tuesday, December 9, 2025
17.1 C
Bhubaneswar

ବିଜୟା ଦଶମୀ ରାତିରେ ଜନ ସମୁଦ୍ର ପାଲଟିଲା ବାଲିପଡା

ନର୍ଲା: ବୁଧବାର ବିଜୟା ଦଶମୀ ରାତିରେ ବାଲିପଡା ଦୁର୍ଗା ପୂଜା ପ୍ରାଙ୍ଗଣ ପାଲଟିଥିଲା ଜନ ସମୁଦ୍ର । ଶେଷ ରାତ୍ରିରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଦୁର୍ଗା ପୂଜା କମିଟି ପ୍ରଖ୍ୟାତ କଣ୍ଠଶିଳ୍ପୀ ଉମାକାନ୍ତ ବାରିକଙ୍କ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିବାରୁ ଦର୍ଶକଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି । କାର୍ଯ୍ୟକ୍ରମ ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ମହିଳା, ପୁରୁଷ, ଯୁବକ, ଯୁବତୀ ମାନେ ସପରିବାର ପହଞ୍ଚି ଥିବାରୁ ବାଲିପଡା ଯାତ୍ରା ପଡିଆ ଲୋକାରଣ୍ୟ ପାଲଟିଛି । ରାଜରାସ୍ତାରେ ଯିବା ଆସିବା କଷ୍ଟକର ହୋଇପଡିଛି । ୨୦ ହଜାର ପ୍ରାୟ ଦର୍ଶକଙ୍କ ଭିଡ ହୋଇଥିବା ଅନୁମାନ ହେଉଛି । ୪୯ତମ ପୂଜନୋତ୍ସବରେ ପରିଚାଳନା କମିଟି ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିବା ବେଳେ ଶେଷ ରାତି ଵାଲିପଡା ଜନ ସମୁଦ୍ର ପାଲଟିଛି । ଏପରି ଭିଡ ବହୁ ବର୍ଷ ପରେ ଦେଖିବାକୁ ମିଳିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories