www.samajalive.in
Monday, December 8, 2025
14.1 C
Bhubaneswar

ଜୁନ ୯ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦୀ

ଡେସ୍କ: ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦୀ ରବିବାର (ଜୁନ ୯) ସନ୍ଧ୍ୟାରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଆଜି ନୂଆଦିଲ୍ଲୀରେ ଏନଡିଏ ସଂସଦୀୟ ଦଳ ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀ ଓ ତାଙ୍କ ନୂଆ କ୍ୟାବିନେଟକୁ ଶପଥ ପାଠ କରାଇବେ।

୪ ଆଶାୟୀ…କିଏ ହେବେ ଓଡିଶା ମୁଖ୍ୟମନ୍ତ୍ରୀ!

- Advertisement -

ଶ୍ରୀ ମୋଦୀ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବା ପରେ ଗଣମାଧ୍ୟମକୁ କହିଛନ୍ତି, ଜୁନ ୯, ରବିବାର ସନ୍ଧ୍ୟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

ଏନଡିଏ ସଂସଦୀୟ ଦଳର ନେତାମାନେ ଆଜି ରାଷ୍ଟ୍ରପତିଙ୍କୁ ଭେଟି ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ଏହା ପୂର୍ବରୁ ଏନଡିଏ ସଂସଦୀୟ ଦଳ ସର୍ବସମ୍ମତି କ୍ରମେ ନରେନ୍ଦ୍ର ମୋଦୀଙ୍କୁ ନିଜର ନେତା ଭାବେ ନିର୍ବାଚିତ କରିଥିଲା। ନୂଆଦିଲ୍ଲୀସ୍ଥିତ ପୁରୁଣା ସଂସଦ ଭବନର କେନ୍ଦ୍ରୀୟ ହଲରେ ଅନୁଷ୍ଠିତ ଏନଡିଏ ସଂସଦୀୟ ଦଳ ବୈଠକରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ମୋଦିଙ୍କୁ ଏନଡିଏ ନେତା ଭାବେ ଚୟନ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ ଏବଂ ଏହାକୁ ଏନଡିଏର ସମସ୍ତ ସହଯୋଗୀ ଦଳର ନେତାମାନେ ସମର୍ଥନ କରିଥିଲେ।

ଶ୍ରୀ ମୋଦିଙ୍କ ନାମ ପ୍ରସ୍ତାବ ଦେଇ ରାଜନାଥ ସିଂହ କହିଛନ୍ତି ଯେ ସେ ଏହି ପଦ ପାଇଁ ସବୁଠାରୁ ଉପଯୁକ୍ତ ବ୍ୟକ୍ତି। ଏହି ମେଣ୍ଟ ବାଧ୍ୟତାମୂଳକ ନୁହେଁ ବରଂ ଏହା ଆମର ପ୍ରତିଶ୍ରୁତି ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓ ନୀତିନ ଗଡ଼କରୀ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି।

ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଏନଡିଏ ସରକାର ଗତ ୧୦ ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସେ କହିଥିଲେ, ଦେଶରେ ଉଲ୍ଲେଖନୀୟ ପ୍ରଗତି ଓ ପରିବର୍ତନ ଘଟିଛି। ଶ୍ରୀ ନାଇଡୁ କହିଛନ୍ତି, ଭାରତରେ ଠିକ୍ ସମୟରେ ଜଣେ ସଠିକ୍ ନେତା ଅଛନ୍ତି, ସେ ହେଉଛନ୍ତି ନରେନ୍ଦ୍ର ମୋଦି।

ଶ୍ରୀ ମୋଦିଙ୍କୁ ସମର୍ଥନ ଜଣାଇ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର କହିଛନ୍ତି ଯେ ମୋଦିଙ୍କ ନେତୃତ୍ୱରେ ସେମାନେ ଏକାଠି କାମ କରିବେ। ଶ୍ରୀ କୁମାର କହିଛନ୍ତି, ମୋଦି ଦେଶର ସେବା କରିଛନ୍ତି ଏବଂ ଯାହା ବାକି ଅଛି ତାହା ନୂଆ କାର୍ଯ୍ୟକାଳରେ ପୂରଣ କରିବେ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା (ସିନ୍ଦେ ଗୋଷ୍ଠୀ) ନେତା ଏକନାଥ ସିନ୍ଦେ, ଏଲଜେପି (ଆର) ମୁଖ୍ୟ ଚିରାଗ ପାସୱାନ, ଏନସିପି ନେତା ଅଜିତ ପାୱାର, ଜନସେନା ମୁଖ୍ୟ ପୱନ କଲ୍ୟାଣ, ଅପନା ଦଳ (ଏସ) ନେତା ଅନୁପ୍ରିୟା ପଟେଲ ଏବଂ ଜେଡିଏସ ନେତା ଏଚଡି କୁମାରସ୍ୱାମୀ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories