www.samajalive.in
Sunday, December 7, 2025
14.1 C
Bhubaneswar

୪ ଆଶାୟୀ…କିଏ ହେବେ ଓଡିଶା ମୁଖ୍ୟମନ୍ତ୍ରୀ!

ଡେସ୍କ: ରାଜ୍ୟରେ ବିଜୁ ଜନତା ଦଳକୁ କ୍ଷମତାରୁ ହଟାଇ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନ ପରେ ଭାରତୀୟ ଜନତା ପାର୍ଟି ଏବେ ରାଜ୍ୟ ସରକାରଙ୍କ ନେତୃତ୍ୱ ନେବା ପାଇଁ ନିଜ ଦଳରେ ସର୍ବୋତ୍ତମ ଉପଲବ୍ଧ ନେତା ଚୟନ କରିବାକୁ ଯାଉଛି। ଯଦିଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଶାୟୀଙ୍କ ତାଲିକାରେ ଅଛନ୍ତି ଅନେକ ନେତା କିନ୍ତୁ ଦଳର ଶୀର୍ଷ କମିଟି କାହାକୁ ଚୟନ କରିବେ ସେ ନେଇ ଅଙ୍କ କଷା ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଛି। ରାଜ୍ୟର ୧୪୭ ବିଧାନସଭା ଆସନରୁ ୭୮ଟିରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ରାଜନୈତିକ ବିଶ୍ଳେଷକଙ୍କ ଅନୁଯାୟୀ, ଓଡ଼ିଶାରେ ଜଣେ ମୁଖ୍ୟମନ୍ତ୍ରୀ ଓ ୨ ଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ। ମୁଖ୍ୟମନ୍ତ୍ରୀ ପଦ ପାଇଁ ସମ୍ଭବତଃ ରାଜନୀତିରେ କମ ରୁଚି ରଖୁଥିବା ବ୍ୟକ୍ତିଙ୍କୁ ଦଳ ଚୟନ କରିପାରେ କାରଣ ରାଜ୍ୟରେ ଜାରି ରହିଥିବା ବିଭିନ୍ନ ଯୋଜନାର ରୂପରେଖ ପରିବର୍ତ୍ତନ ସହ ନୂଆ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବା ଭଳି ପଦକ୍ଷେପକୁ ଦଳ ଗୁରୁତ୍ୱ ଦେବ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର କୁହାଯାଉଥିବା ଦୁଇଟି ଗୋଷ୍ଠୀକୁ ଶାନ୍ତ କରିବା ଲାଗି ଦୁଇ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ସମ୍ଭାବନା ରହିଛି।

ଅନ୍ୟ ଏକ ପୂର୍ବାନୁମାନ ଅନୁଯାୟୀ, ଦଳର ନବନିର୍ବାଚିତ ୩ ସାଂସଦ ମୁଖ୍ୟମନ୍ତ୍ରୀ ଦୋୖଡରେ ଥିବାରୁ, ୨ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବା ସମ୍ଭାବନା ରହିଛି। ଯଦି ସେଭଳି ହୁଏ ପୁଣି ଆସନ୍ତା ୬ ମାସ ମଧ୍ୟରେ ରାଜ୍ୟରେ ଲୋକସଭାର ୨ଟି ଆସନ ପାଇଁ ନିର୍ବାଚନ ହେବ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡ଼ିଶାର ନେତୃତ୍ୱ ପାଇଁ ନେତା ବାଛିବା ଏତେ ସହଜ ହେବ ନାହିଁ। ତେବେ ସମ୍ଭାବ୍ୟ ତାଲିକାରେ କେଉଁମାନେ ଅଛନ୍ତି ଓ ଦଳ କେଉଁ ମାନଦଣ୍ଡ ସ୍ଥିର କରିବା, ତାହା କେବଳ ଅନୁମାନ କରାଯାଇ ପାରିବ।

ଧର୍ମେନ୍ଦ୍ର ପ୍ରଧାନ

- Advertisement -

ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାର ପ୍ରଥମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଅଛନ୍ତି। ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠାରୁ ଆଗରେ ରହିଛନ୍ତି। ୨୦୧୪ ମସିହାରୁ ଓଡ଼ିଶାରେ ବିଜେପିର ଭିତ୍ତିଭୂମି ସୁଦୃଢ଼ କରିବାର ଶ୍ରେୟ ତାଙ୍କୁ ଦିଆଯାଉଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପୁଅ ଧର୍ମେନ୍ଦ୍ର ଆରଏସଏସ ଅନୁବନ୍ଧିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଦସ୍ୟ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପରେ ବିଜେପିର ମାନ୍ୟତା ହାସଲ କରି ଆଜି ଜାତୀୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ଗିରିଶ ଚନ୍ଦ୍ର ମୁର୍ମୁ

ମୁଖ୍ୟମନ୍ତ୍ରୀ ତାଲିକାର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ବାସିନ୍ଦା ଓ ୧୯୮୫ ବ୍ୟାଚର ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଗିରିଶ ଚନ୍ଦ୍ର ମୁର୍ମୁ। ଏବେ ସେ ଭାରତର ନିୟନ୍ତ୍ରକ ଓ ଅଡିଟର ଜେନେରାଲ (ସିଏଜି) ଭାବେ କାର୍ଯ୍ୟ କରୁଛନ୍ତି। ସିଏଜି ଭାବେ କାର୍ଯ୍ୟ କରିବା ପୂର୍ବରୁ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ କାର୍ଯ୍ୟ କରିଥିବା ମୁର୍ମୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘନିଷ୍ଠ ବୋଲି ବିବେଚନା କରାଯାଏ। ଶ୍ରୀ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ଶ୍ରୀ ମୁର୍ମୁ ଗୁଜରାଟର ପ୍ରମୁଖ ସଚିବ ପଦରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ମୁର୍ମୁଙ୍କ ଆଦିବାସୀ ପୃଷ୍ଠଭୂମି ଏବଂ ପ୍ରଶାସନିକ ଅଭିଜ୍ଞତା ତାଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ବିଜେପି ଏକ ଯୁକ୍ତିଯୁକ୍ତ ବିକଳ୍ପ ଭାବରେ ଗ୍ରହଣ କରିପାରେ।

ଜୁଏଲ ଓରାମ

ଅନ୍ୟ ଜଣେ ପ୍ରମୁଖ ଆଦିବାସୀ ଚେହେରା ଯିଏ କି ମୁଖ୍ୟମନ୍ତ୍ରୀ ପଦ ପାଇଁ ଶୀର୍ଷ ଦାବିଦାରଙ୍କ ମଧ୍ୟରେ ଅଛନ୍ତି ସେ ହେଉଛନ୍ତି ଜୁଏଲ ଓରାମ। ଅତୀତରେ ସେ କେନ୍ଦ୍ର କ୍ୟାବିନେଟରେ ଆଦିବାସୀ ବ୍ୟାପାର ବିଭାଗର ଦାୟିତ୍ୱ ତୁଲାଇ ସାରିଛନ୍ତି। ସେ ୫ ଥର ସାଂସଦ ହୋଇଥିବା ବେଳେ ଓଡ଼ିଶାରେ ବିଜେପି ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିବାରୁ ତାଙ୍କୁ ଦଳର ବିଶ୍ୱସ୍ତ ବୋଲି ବିବେଚନା କରାଯାଏ।

ବୈଜୟନ୍ତ ପଣ୍ଡା

ବୈଜୟନ୍ତ ପଣ୍ଡା ଓଡ଼ିଶାର ଏହି ଶୀର୍ଷ ପଦ ପାଇଁ ଆଉ ଜଣେ ଦାବିଦାର ବୋଲି କୁହାଯାଉଛି। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେଡିରେ ଥିବା ଶ୍ରୀ ପଣ୍ଡା ବିଜେପିରେ ଯୋଗ ଦେଇଥିଲେ। ଯଦିଓ ସେ ବର୍ଷ ସଂସଦୀୟ ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିଲେ, କିନ୍ତୁ ଏଥର ସେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି। ଦଳ ପ୍ରତି ତାଙ୍କର ନିଷ୍ଠା ଓ ପ୍ରଧାନମନ୍ତ୍ରୀଙ୍କ ଖାସ ସହଯୋଗୀ କୁହାଯାଉଥିବା ଶ୍ରୀ ପଣ୍ଡାଙ୍କ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଚାରକୁ ନିଆଯାଇପାରେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories