www.samajalive.in
Monday, December 15, 2025
24.1 C
Bhubaneswar

ନନ୍ଦନକାନନ ରୋପ୍‍ ୱେ ଯୋଜନାକୁ ଝଟ୍‍କା

ଭୁବନେଶ୍ୱର: ନିକଟ ଭବିଷ୍ୟତରେ ନନ୍ଦନକାନନର ପ୍ରସ୍ତାବିତ ରୋପ୍‍ ୱେ କାର୍ଯ୍ୟକାରୀ ହେବାର ସମ୍ଭାବନା କମ୍‍। ଏହି ପ୍ରକଳ୍ପ କାର୍ଯ୍ୟକାରୀ ପୂର୍ବରୁ ଜନଶୁଣାଣି କରିବାକୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛନ୍ତି। ନନ୍ଦନକାନନରେ ରୋପ୍‍ ୱେ ପ୍ରକଳ୍ପ ଦ୍ୱାରା ଏହାର ଆଖପାଖର ପାଞ୍ଚଟି ଜନବସତିର ବାସିନ୍ଦା ପ୍ରଭାବିତ ହେବାର ଆଶଙ୍କା ରହିଥିବା ଦର୍ଶାଇ ପ୍ରଦୂଷଣ ବୋର୍ଡ ଖୋର୍ଦ୍ଧା ଜିଲାପାଳଙ୍କୁ ପତ୍ର ଲେଖି ଜନଶୁଣାଣି ଆୟୋଜନ କରିବାକୁ ଅନୁରୋଧ କରିଥିଲା। ୭୦୦ ମିଟର ଦୀର୍ଘ ରୋପ୍‍ ୱେରେ ଚାଲୁଥିବା କେବଲ୍‍ କାର ୨୦୧୪ରେ ବନ୍ଦ ହୋଇଯାଇଥିଲା। କୌଣସି କମ୍ପାନୀ ରାଜି ନ ହେବାରୁ ପ୍ରକଳ୍ପର ପୁନଃକାର୍ଯ୍ୟକାରୀ ଉଦ୍ୟମ ବିଫଳ ହୋଇଥିଲା। ୨୦୧୭ରେ କୋଲକତା ସ୍ଥିତ ଏକ କମ୍ପାନୀ ଆଗ୍ରହ ଦେଖାଇଥିଲେ ମଧ୍ୟ ଜନଶୁଣାଣି ହୋଇ ନଥିବାରୁ ଅନୁମତି ମିଳି ନ ଥିଲା।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories