www.samajalive.in
Monday, December 15, 2025
17.1 C
Bhubaneswar

ଅଗଷ୍ଟ ପ୍ରଥମ ସପ୍ତାହରେ ନନ୍ଦନକାନନକୁ ଆସିବ ନୂଆ ଅତିଥି: ପ୍ରଥମଥର ମା’ ହେବ ‘ମୌସୁମୀ’

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀଉଦ୍ୟାନ ଧଳାବାଘ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ନନ୍ଦନକାନନରେ ବାଘ ସଂଖ୍ୟା ବଢ଼ିବାକୁ ଯାଉଛି। ଧଳା ବାଘୁଣୀ ‘ମୌସୁମୀ’ ଏବେ ଗର୍ଭବତୀ। ଜନ୍ମ ଦେବାକୁ ଯାଉଛି ପ୍ରଥମ ଶାବକ। ଏନେଇ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ ସଜାଗ ରହିଥିବାବେଳେ ଏପଟେ ନୂଆ ସଦସ୍ୟଙ୍କ ଆଗମନକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ପ୍ରସବ ସମୟ ପାଖେଇ ଆସୁଥିବାରୁ ଜନ୍ତୁ କେୟାରଟେକର ଓ ବନରକ୍ଷୀ ମୌସୁମୀ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଉଛନ୍ତି। ଅଗଷ୍ଟ ପ୍ରଥମ ସପ୍ତାହରେ ଶାବକ ଜନ୍ମ ଦେବ ବୋଲି ଏଠାକାର ଚିକିତ୍ସକମାନେ ପୂର୍ବାନୁମାନ କରିଛନ୍ତି। ଚଳିତ ମାସ ୧ରେ ନନ୍ଦନକାନନ ବରିଷ୍ଠ ବନ୍ୟପ୍ରାଣୀ ଚିକିତ୍ସକ ଡା. ଶରତ ଚନ୍ଦ୍ର ମିଶ୍ରଙ୍କ ତତ୍ତ୍ବାବଧାନରେ ଅଲଟ୍ରାସାଉଣ୍ଡ ମେସିନରେ ପରୀକ୍ଷା କରାଯିବା ପରେ ମୌସୁମୀ ଗର୍ଭବତୀ ଥିବା ଜଣାପଡ଼ିଥିଲା। ପୂର୍ବରୁ ୨୦୨୧, ୨୦୨୩ ଓ ୨୦୨୪ରେ ୪ଥର ସାଧାରଣ ବାଘ ସାହିଲ ସହିତ ମିଳନ କରାଯାଇଥିଲେ ମଧ୍ୟ ସୁଫଳ ମିଳିନଥିଲା। ଜନ୍ତୁ କ୍ୟୁରେଟର ଡ. ରଶ୍ମିରଞ୍ଜନ ସ୍ବାଇଁଙ୍କ ପରାମର୍ଶକ୍ରମେ ୨୮ନମ୍ବର ଖୁଆଡ ପଛପଟ ପୃଥକୀକରଣ ଖୁଆଡ଼ରେ ମୌସୁମୀକୁ ରଖାଯାଇଛି। ଗତ ୫ରୁ ୪ଟି ସିସି କ୍ୟାମେରା ଲଗାଯାଇ ମୌସୁମୀର ଗତିବିଧି ଉପରେ ନଜର ରଖିଛନ୍ତି ଉପନିର୍ଦେଶକ ସନଥ କୁମାର ନାରାୟଣ। ମୌସୁମୀକୁ ସାଧାରଣ ଖାଦ୍ୟ ସହ ଭିଟାମିନ, କ୍ୟାଲସିୟମ ଖାଇବାକୁ ଦିଆଯିବା ସହ ତା’ର ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରାଯାଉଛି ବୋଲି କ୍ୟୁରେଟର ରଶ୍ମିରଞ୍ଜନ ସ୍ବାଇଁ କହିଛନ୍ତି। ୨୦୧୬ ଅଗଷ୍ଟ ୫ରେ ଧଳାବାଘୁଣୀ ମୌସୁମୀ ନନ୍ଦନକାନନର ସାଧାରଣ ବାଘ ମନୀଷ ଓ ଧଳାବାଘୁଣୀ ସ୍ନେହା ଔରଷରୁ ଜନ୍ମଗ୍ରହଣ କରିଥିଲା। ଏବେ ନନ୍ଦନକାନନରେ ୨୭ଟି ବାଘ ଅଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories