www.samajalive.in
Sunday, December 7, 2025
14.1 C
Bhubaneswar

ବର୍ଷା ପରେ ଉବୁଟୁବୁ ଗୁଜୁରାଟର ବିଭିନ୍ନ ଅଞ୍ଚଳ: ବିପନ୍ନଙ୍କୁ ଉଦ୍ଧାର କରୁଛି ଏନଡିଆରଏଫ୍ ଟିମ୍

ନୂଆଦିଲ୍ଲୀ: ମୂଷଳ ଧାରାରେ ଲଗାଣ ବର୍ଷା ପରେ ଉବୁଟୁବୁ ଗୁଜୁରାଟର ବିଭିନ୍ନ ଅଞ୍ଚଳ । ବିଶେଷ କରି ସୁରତ ଏବଂ ସୌରାଷ୍ଟ୍ର ଅଞ୍ଚଳରେ ବନ୍ୟାସ୍ଥିତି ସୃଷ୍ଟି ହେବା ପରେ ଏନଡିଆରଏଫ୍ ଯବାନ ମୂତୟନ ହୋଇଛନ୍ତି । ଆଗାମୀ ୨୪ ଘଣ୍ଟା ରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ସୁରତ ସହର ଜଳମଗ୍ନ ହୋଇଥିବାବେଳେ ପୋରବନ୍ଦର, ଜୁନାଗଡ , କଚ୍ଚ ଏବଂ ଦେବଭୂମି ଦ୍ଵାରକା ଅଞ୍ଚଳରେ ବି ଭୀଷଣ ବନ୍ୟା ଦେଖିବାକୁ ମିଳିଛି। ସୁରତରେ ରାସ୍ତା ଉପରେ ପାଣି ଲହଡି ମାରୁଥିବାରୁ ଜନଜୀବନ ଏବଂ ଗମନାଗମନ ବାଧାପ୍ରାପ୍ତ ହୋଇଛି। ରାଜକୋଟ ଜିଲ୍ଲା ଲାଟ ଗାଁରେ ବାଦଲ ଫଟା ବର୍ଷା ଫଳରେ  ମାତ୍ର ଦୁଇ ଘଣ୍ଟାରେ ୧୧ ଇଞ୍ଚ ବର୍ଷା ରେକର୍ଡ କରାଯାଇଛି। ଦେବଭୂମି ଦ୍ଵାରକା ଅଞ୍ଚଳରେ ଜଳବନ୍ଦୀ ଅବସ୍ଥାରେ ଫସି ରହିଥିବା ବିପନ୍ନଙ୍କୁ ବାୟୁସେନା ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଉଛି। ବର୍ଷା ଏବଂ ବନ୍ୟା ଯୋଗୁଁ ମହାରାଷ୍ଟ୍ରରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories