ନାଲକୋର ୩୮ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

0

ଭୁବନେଶ୍ୱର : ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧିନସ୍ଥ ନବରତ୍ନ ଲୋକଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) ଏହାର ଉଲ୍ଲେଖନୀୟ ପ୍ରଦର୍ଶନ ଅବ୍ୟାହତ ରଖି ପୂନର୍ବାର ଷ୍ଟକ୍ ବଜାରରେ ନୂତନ ସୁସମ୍ବାଦ ଆଣି ଦେଇଛି। କମ୍ପାନୀ ୧୦୭୨.୭୩ କୋଟି ଟଙ୍କାର ରେକର୍ଡ୍ ଡିଭିଡେଣ୍ଡ୍ ପ୍ରଦାନ କରିବାକୁ ଘୋଷଣା କରିଛି। ୨୦୧୭-୧୮ର ୧୧୪ ପ୍ରତିଶତ ତୁଳନାରେ ଏହା ୨୦୧୮-୧୯ରେ ୧୧୫ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ୫ ଟଙ୍କା ମୂଲ୍ୟର ଇକ୍ୱିଟୀ ଶେୟାର୍ ପିଛା ୫.୭୫ ଟଙ୍କା ଅଟେ। ୧୯୮୧ରେ କମ୍ପାନୀ କାର୍ୟ୍ୟକ୍ଷମ ହେବା ପର ଠାରୁ ଏହା ଏଯାବତ୍ ସର୍ବାଧିକ ଡିଭିଡେଣ୍ଡ୍ ଅଟେ। ଡିଭିଡେଣ୍ଡ୍ ଡିଷ୍ଟ୍ରିବ୍ୟୁସନ୍ ଟ୍ୟାକ୍ସ ସମେତ ସମୂଦାୟ ପେଆଉଟ୍ ଗତ ଆର୍ଥିକ ବର୍ଷର ୧୧୦୧.୭୭ କୋଟି ଟଙ୍କା ତୁଳନାରେ ଚଳିତ ବର୍ଷ ୧୦୭୨.୭୩ କୋଟି ଟଙ୍କା ହେଉଛି। ୧୮ ସେପ୍ଟେମ୍ବର ୨୦୧୯ରେ ଅନୁଷ୍ଠିତ କମ୍ପାନୀର ୩୮ତମ ବାର୍ଷିକ ସାଧାରଣ ବୈଠକ ଅବସରରେ, କମ୍ପାନୀର ଅଂଶଧନଧାରୀମାନେ ଏହି ଡିଭିଡେଣ୍ଡ୍ ପେଆଉଟ୍ ପ୍ରସ୍ତାବକୁ ଗୃହୀତ କରିଛନ୍ତି। ଚଳିତ ବର୍ଷ, ଡିଭିଡେଣ୍ଡ୍ ଡିଷ୍ଟ୍ରିବ୍ୟୁସନ୍ ଟ୍ୟାକ୍ସ ସମେତ ଡିଭିଡେଣ୍ଡ୍ ପରିମାଣ ନିଟ୍ ଲାଭର ୯୮.୮୧ ପ୍ରତିଶତ ଅଟେ। ନାଲକୋ କମ୍ପାନୀ ପ୍ରତିଷ୍ଠା ଠାରୁ ୨୦୧୮-୧୯ ଆରô୍ଥକ ବର୍ଷ ସୁଦ୍ଧା ଟିକସ, ରୟାଲ୍ଟୀ ଏବଂ ଡଭିଡେଣ୍ଡ୍ ଆକାରରେ ସମୂଦାୟ ୩୨,୮୮୬ କୋଟି ଟଙ୍କା ପ୍ରଦାନ କରିଛି। ଏଥି ମଧ୍ୟରୁ ୨୫,୯୧୭ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ଏବଂ ୬,୯୬୯ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ୩୮ତମ ବାର୍ଷିକ ସାଧାରଣ ବୈଠକ ପରେ ଏ ସଂକ୍ରାନ୍ତରେ ମତାମତ ଦେଇ ନାଲକୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କମ୍ପାନୀର ସଫଳତା ପାଇଁ ଐକବଦ୍ଧ ଭାବେ କାର୍ୟ୍ୟ, ମିତବ୍ୟୟିତା ଉପରେ ଲକ୍ଷ୍ୟ ଏବଂ ବିଧିବଦ୍ଧ ଯୋଜନାକୁ ଶ୍ରେୟ ଦେଇଥିଲେ। ୨୦୧୮-୧୯ ଆର୍ଥିକ ବର୍ଷକୁ ନାଲକୋ ଏକ ଅତ୍ୟନ୍ତ ସଫଳ ବର୍ଷ ଭାବେ ଉଲ୍ଲେଖ କରି ଡଃ ଚାନ୍ଦ କହିଲେ ଯେ ଉତ୍ପାଦନ, ଉତ୍ପାଦକତା, ଆର୍ଥିକ ଲାଭ ଏବଂ ମାନବସମ୍ବଳ ନିୟୋଜନ ଆଦି ପ୍ରତିଟି କ୍ଷେତ୍ରରେ କମ୍ପାନୀ ସଫଳତା ହାସଲ କରିଛି। ଏଥି ସହ ସାମାଜିକ ଦାୟିତ୍ୱବୋଧ ଏବଂ ସମ୍ବେଦନଶୀଳ କାର୍ୟ୍ୟପଦ୍ଧତି ଦିଗରେ ମଧ୍ୟ ନାଲକୋ ମାନ୍ୟତା ଲାଭ କରିଛି।

kalyan agarbati
Leave A Reply