www.samajalive.in
Saturday, December 6, 2025
14.1 C
Bhubaneswar

ସୌନ୍ଦର୍ଯ୍ୟର ଅନ୍ୟ ନାମ ନୈନିତାଲ

ଉତ୍ତରାଖଣ୍ଡର  ହିମାଳୟ ପାଦ ଦେଶରେ ସୁନ୍ଦର ଓ ମନୋରମ ହିଲ ଷ୍ଟେସନ ନୈନିତାଲ ରହିଛି। ସୁନ୍ଦର ବନରାଜି, ଉଚ୍ଚ ପର୍ବତମାଳାରେ ପରିବେଷ୍ଟିତ ଏହି ଅଞ୍ଚଳ ସମସ୍ତ ପ୍ରକାରର ବର୍ଗର ଲୋକଙ୍କ ପାଇଁ ଆମୋଦଦାୟକ ଅଟେ। ବରଫାବୃତ୍ତ ପାହାଡ଼ ବେଢି ରହିଥିବା ଏହି ଅଞ୍ଚଳକୁ ହ୍ରଦର ସହର ବା ‘ଝିଲୋଁ କାଁ ସହର’ ବୋଲି ମଧ୍ୟ କୁହାଯାଏ। କାରଣ ଏଠାରେ ବହୁ ଛୋଟ ବଡ଼ ହ୍ରଦ ରହିଛି। ଯାହା ଭିତରୁ ନୈନା ହ୍ରଦ ପ୍ରମୁଖ। ଏହି ଅଞ୍ଚଳର ପ୍ରମୁଖ ନୈନାଦେବୀ ଶକ୍ତିପୀଠର ନାମ ଅନୁସାରେ ଏହାର ନାମ ଏପରି ହୋଇଛି ।ଏଠାକୁ ଆସୁଥିବା ପର୍ଯ୍ୟଟକ ନୌବିହାର କରିବା ସହ ନୈନା ଦେବୀଙ୍କ ଦର୍ଶନ କରିଥାଆନ୍ତି। ନୈନିତାଲର ଅପୂର୍ବ ଶୋଭା ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ।
ପଙ୍ଗୋଟ –
ନୈନିତାଲର ସବୁଠାରୁ ସୁନ୍ଦରତମ ଗାଁ ହେଉଛି ପଙ୍ଗୋଟ। ଏହା ନୈନିତାଲ ଠାରୁ ୧୩ କିମି ଦୂରରେ ଅବସ୍ଥିତ। ଏହି  ଗାଁକୁ ଯିବା ବାଟରେ ଆପଣ ଚିନା ପିକ ରେଞ୍ଜ, ସ୍ନୋ ଭ୍ୟୁ ପଏଣ୍ଟ ଓ କିଲବୁରୀ ଆଦି ଭ୍ରମଣସ୍ଥଳ ମଧ୍ୟ ରହିଛି। ଏଠାକୁ ଯାଇ ମଧ୍ୟ ବୁଲିପାରିବେ। ଏହି ଗ୍ରାମର ମୁଖ୍ୟ ଆକର୍ଷଣ ହେଉଛି, ଏଠାରେ ପ୍ରାୟ ୫୮୦ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳେ। ଏମାନଙ୍କ ମଧ୍ୟରୁ ୧୫୦ଟି ଘରୋଇ ପ୍ରଜାତିର ହୋଇଥିବା ବେଳେ ଅନ୍ୟମାନେ ଭ୍ରମଣକାରୀ ପକ୍ଷୀ ଅଟନ୍ତି। ଏହି କାରଣରୁ ଏହାକୁ ପକ୍ଷୀପ୍ରେମୀଙ୍କ ଭୂସ୍ୱର୍ଗ ମଧ୍ୟ କୁହାଯାଏ।
ଏଠାକୁ ଯିବାକୁ ଡ଼ିସେମ୍ବର ରୁ ଫେବୃଆରୀ ହେଉଛି ସଠିକ ସମୟ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories