www.samajalive.in
Wednesday, November 19, 2025
26.1 C
Bhubaneswar

ମୁଜଫରପୁର ବାଳିକା ଆଶ୍ରୟସ୍ଥଳ ମାମଲା: ବ୍ରଜେଶ ଠାକୁରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମଧୁ

ପାଟନା: ମୁଜଫରପୁର ବାଳିକା ଆଶ୍ରୟସ୍ଥଳ ବଳାତ୍କାର ଓ ହତ୍ୟା ମାମଲାର ତଦନ୍ତ କରୁଥିବା ସିବିଆଇ ଅନ୍ୟତମ ଅଭିଯୁକ୍ତ ସାଇସ୍ତା ପରବିନ ଓରଫ ମଧୁଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିଛି। ବାଳିକା ଗୃହରୁ ନିରୁଦ୍ଦିଷ୍ଟ ତଥା ହତ୍ୟା କରାଯାଇ ଥିବା ବାଳିକା ସମ୍ପର୍କରେ ଖୋଳତାଡ଼ କରିବାକୁ ମଧୁଙ୍କୁ ଜେରା କରିଛି ସିବିଆଇ। ଏହି ଘଟଣା ସମ୍ପର୍କରେ ବ୍ରଜେଶ ଠାକୁରଙ୍କୁ ତତ୍କାଳୀନ ସମାଜ କଲ୍ୟାଣ ଅଧିକାରୀ ଓ ସ୍ଥାନୀୟ ପୁଲିସ ଅଧିକାରୀ ସହଯୋଗ କରିଥିବା ମଧୁ ସ୍ୱୀକାର କରିଛନ୍ତି। ମଧୁଙ୍କଠାରୁ ମିଳିଥିବା ତଥ୍ୟକୁ ଭିତ୍ତି କରି ସିବିଆଇ ସମାଜ କଲ୍ୟାଣ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା ଆରମ୍ଭ କରିଛି।
ଜିଲାର ସରକାରୀ କାର୍ଯ୍ୟାଳୟରେ ବ୍ରଜେଶଙ୍କ ସୁସମ୍ପର୍କ ଥିଲା। ଏହି ଅନୈତିକ କାର୍ଯ୍ୟରେ ବ୍ରଜେଶଙ୍କ ମାଧ୍ୟମରେ ସେମାନେ ମଧ୍ୟ ସମ୍ପୃକ୍ତ ଥିଲେ। ବ୍ରଜେଶ ତାଙ୍କ ନିଜ ଲୋକଙ୍କୁ ସମାଜ କଲ୍ୟାଣ କାର୍ଯ୍ୟାଳୟରେ ନିୟୋଜିତ କରିଥିଲେ। ଏହି କର୍ମଚାରୀମାନେ ବ୍ରଜେଶଙ୍କ କାରନାମା ଜାଣିଶୁଣି ଲୁଚାଇ ଦେଉଥିଲେ। ମଧୁଙ୍କ ତଥ୍ୟକୁ ଭିତ୍ତି କରି ସିବିଆଇ ସରକାରୀ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିଛି।
ସିବିଆଇ ଟାର୍ଗେଟରେ ଏବେ ବାଲ କଲ୍ୟାଣ ସମିତି ଅଧ୍ୟକ୍ଷ ଦିଲ୍ଲୀପ ବର୍ମା ରହିଛନ୍ତି। ମୁଜାଫରପୁର ମାମଲା ସାମ୍ନାକୁ ଆସିବା ପରଠାରୁ ଦିଲ୍ଲୀପ ଫେରାର ଅଛନ୍ତି। ଦିଲ୍ଲୀପଙ୍କୁ ଗିରଫ କରିବାକୁ ସିବିଆଇ ତାଙ୍କ ନିକଟତମ ଲୋକଙ୍କୁ ପଚରାଉଚରା କରୁଛନ୍ତି। ଦିଲ୍ଲୀପ ସମ୍ପର୍କରେ ମଧୁଙ୍କ ନିକଟରୁ ମଧ୍ୟ ତଥ୍ୟ ସଂଗ୍ରହ କରିଛି ସିବିଆଇ।

Hot this week

ରଣଜୀ ଟ୍ରଫି: ଓଡ଼ିଶାର ବଡ଼ ସ୍କୋର୍‌; ୪୬୫ ରନ୍‌ ଲକ୍ଷ୍ୟର ପିଛାକରି ନାଗାଲାଣ୍ଡ ୧/୪୧

କଟକ: ଭୁବନେଶ୍ବରର କିଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ମଙ୍ଗଳବାର...

ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ: ୧୧ହମାସ ଆତଙ୍କବାଦୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ...

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

Related Articles

Popular Categories