www.samajalive.in
Saturday, December 6, 2025
23.1 C
Bhubaneswar

ଫୁଲବାଣୀ ପୌରପରିଷଦରେ ବିଜେଡ଼ିର ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ

 ଫୁଲବାଣୀ:  ଫୁଲବାଣୀ ପୌରପରିଷଦ ରେ ବିଜୁ ଜନତା ଦଳର ୩ ନମ୍ବର ୱାର୍ଡରେ ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ କିଶୋର ଛୋଟରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ନଗର ସଭାପଟି ବିମଳ ପାଢ଼ୀ, ପୌରପରିଷଦ ଉପାଧକ୍ଷା ପାୟଲ ବେହେରା, ୭ ନମ୍ବର ୱାର୍ଡ଼ କାଉନସିଲର ଟୁନି ସେଠି, ୧୩ ନମ୍ବର କାଉନସିଲର ମାଧବୀ ମିଶ୍ର, ରାଜ୍ୟ ଯୁବ ଜନତା ଦଳ ସଂପାଦକ ଶତ୍ରୁଘ୍ନ ମହାନନ୍ଦିଆ, ପୂର୍ବତନ କାଉନସିଲର ଭାଗବତ ବେହେରା, ବିଜେଡି ନେତା କମଳ ବେହେରା,   ରାଧାମୋହନ ମହାପାତ୍ର, ୱାର୍ଡ଼ ସଭାପତି ସରୋଜ ଦିଗାଲ, ନଗର ସମ୍ପାଦିକା ସୁଚିତ୍ରା ନାୟକ, ଜିଲା ମହିଳା ଉପ ସଭାନେତ୍ରୀ ନମିତା ବେହେରା ଏବଂ ୱାର୍ଡ଼ର ମୁଖ୍ୟ ଓ ସକ୍ରିୟ କର୍ମୀ ମାନଙ୍କ ଉପସ୍ଥିତିରେ ୩ ନମ୍ବର ୱାର୍ଡର ସ୍ଵାଧୀନ କାଉନସିଲର ସୁଶ୍ରୀ ବିରଜା କହଁରଙ୍କୁ ବିଜୁ ଜନତା ଦଳରେ ସାମିଲ୍ କରାଯାଇଥିଲା।
ବିରଜା ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେଡିରେ ସାମିଲ୍ ହେବା ପାଇଁ ଆଗ୍ରହ ପ୍ରକାଶ କରି ଦରଖାସ୍ତ ଦେଇଥିଲେ ତାକୁ ବିଚାର କରି ଆଜି ବିଧିବଦ୍ଧ ଭାବେ ତାଙ୍କୁ ଦଳରେ ସାମିଲ୍ କରାଯାଇଅଛି। ଆଜିର ବୈଠକରେ ଆଗାମୀ ନିର୍ବାଚନ ରେ ବିଧାୟିକା ପ୍ରାର୍ଥୀନି ଶ୍ରୀମତୀ ଜୟଶ୍ରୀ କହଁର ଓ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ବିଜୟ କରିବାକୁ କର୍ମୀ ଓ ନେତା ମାନେ ସଂକଳ୍ପ ନେଇଥିବା  ଫୁଲବାଣୀ ନଗର ସଭାପତି ବିମଳ ପାଢ଼ୀ ସୁଚନା ଦେଇଛନ୍ତି।

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories