www.samajalive.in
Sunday, December 7, 2025
26.1 C
Bhubaneswar

ଗାଁକୁ ରାସ୍ତା ନାହିଁ, ଭୋଟ ନ ଦେବାକୁ ଗ୍ରାମବାସୀଙ୍କ ଚେତାବନୀ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ପାଣ୍ଡୁପଦର ର ୭ ଓ ୮ ନମ୍ବର ୱାର୍ଡ ବାସୀଙ୍କ ସହ ଅଞ୍ଚଳ ବାସୀ ଗାଁରେ ଆଜି ପର୍ୟ୍ୟନ୍ତ ରାସ୍ତା ନଥିବାରୁ ବିଭିନ୍ନ ରାଜନେତା, ମନ୍ତ୍ରୀ ଓ ପ୍ରାର୍ଥୀ ଙ୍କୁ ଚଳିତ ୨୦୨୪ ନିର୍ବାଚନ ରେ ପୋଷ୍ଟର କିମ୍ବା ବ୍ୟାନର ନ ଲଗାଇବା ସହ ପ୍ରଚାର ନ କରିବାକୁ ନେଇ ଅଭିନଵ ଉପାୟରେ ଗାଁର ରାସ୍ତା କଡରେ ଶାଳ ଗଛରେ ରାସ୍ତା ନାହିଁ ତ ଭୋଟ ନାହିଁ ବ୍ୟାନର ଲଗାଇବା ସହ ପୋଷ୍ଟର ମାଧ୍ୟମରେ ମଧ୍ୟ ବିରୋଧ କରି ବିଭିନ୍ନ ସୋସିଆଲ ମିଡିଆରେ ଛାଡିଥିଲେ। ଏହି ଘଟଣା ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରଣ ପରେ ଗାଁରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଜଣା ପଡିଛି ।

ସୂଚନା ଅନୁସାରେ ଖବର ପ୍ରସାରଣ ପରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା, କନିଷ୍ଠ ଯନ୍ତ୍ରୀ ସୁମନ୍ତ ଭୋଇ, ପବିଙ୍ଗିଆ ସରପଞ୍ଚ ଲାଲମୋହନ କହଁର ଓ କିଛି ସରକାରୀ କର୍ମଚାରୀ ପାଣ୍ଡୁ ପଦର ଗାଁରେ ପହଞ୍ଚି ଥିଲେ।  ଗାଁର ରାସ୍ତା କଡ଼ ଗଛ ମୂଳରେ ବୈଠକ କରିବା ସହ ଲୋକଙ୍କ ସହ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପ୍ରୟାସ କରିଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକେ ଗାଁରେ ଆଜି ପର୍ୟ୍ୟନ୍ତ ରାସ୍ତା ନଥିବାରୁ ରାସ୍ତା ଆରମ୍ଭ ନହେବା ଯାଏଁ କୌଣସି ଗ୍ରାମ ବାସୀ ଭୋଟ ଦେବେ ନାହିଁ ବୋଲି ଜିଦ ଧରିଥିଲେ ।

- Advertisement -

ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନର ରାସ୍ତା ବାହାରି ନଥିଲା କ୍ଷ ପୁଣି ଥରେ ଆଗାମୀ ଦିନରେ ଆଲୋଚନା କରି ସମାଧାନ କରାଯିବ ବୋଲି ବିଡ଼ିଓ ସୂଚନା ଦେଇଥିବା ଗ୍ରାମ ବାସୀ କହିଛନ୍ତି।  ଚଳିତ ନିର୍ବାଚନ ପୂର୍ବରୁ ଗାଁ ଗାଁରେ ହେଉ କି ଉପାନ୍ତ ଅଞ୍ଚଳରେ ମଧ୍ୟ ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବାରୁ କେଉଁଠି ପାଣି ମିଳୁନି ତ କେଉଁଠି ରାସ୍ତା ଘାଟ ନଥିବାରୁ ବାରମ୍ବାର ଏଭଳି ଅଭିଯୋଗ ସହ ଭୋଟ ବର୍ଜନ କରିବା ନେଇ ଧମକ ଦେଉଥିବା ଦେଖିବାକୁ ମିଳୁଛି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories