www.samajalive.in
Monday, December 8, 2025
27.1 C
Bhubaneswar

ବୌଦ୍ଧ ରାମଲୀଳା ଯାତ୍ରା, ମଞ୍ଚସ୍ଥ ହେଲା ନାଟକ କୁମ୍ଭକର୍ଣ୍ଣ ବଧ

ବୌଦ୍ଧ :ବୌଦ୍ଧର ଗଣପର୍ବ ପ୍ରସିଦ୍ଧ ରାମଲୀଳା ଯାତ୍ରାର ଦଶମ ଦିବସରେ ପୌରାଣିକ କଥାବସ୍ତୁ ଆଧାରରେ ଯାତ୍ରାରେ ଶ୍ରୀରାମ ଲକ୍ଷ୍ମଣ ଓ ବାନରସେନା ସହିତ ଇନ୍ଦ୍ରଜିତ ବୀରତ୍ୱର ସହିତ ଯୁଦ୍ଧ କରି ଶେଷରେ ନାଗଫାସ ବନ୍ଧନରେ ଶ୍ରୀରାମ ଓ ଲକ୍ଷ୍ମଣକୁ ବାନ୍ଧି ମୁର୍ଛିତ କରିଦେଇଥିଲା। ନାଗଫାସରୁ ମୁକ୍ତି ପାଇଁ ଗରୁଡଙ୍କୁ ଆହ୍ୱାନ କରିବାକୁ ହନୁମାନ ସ୍ୱର୍ଗଲୋକକୁ ଯାତ୍ରା କରି ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ନାଗଫାସରୁ ଉଦ୍ଧାର ପାଇଁ ଗରୁଡଙ୍କୁ ନିବେଦନ କରିଥିଲେ। ଗରୁଡ ପହଞ୍ଚି ନାଗଫାସରୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଉଦ୍ଧାର କରିଥିଲେ। ଇନ୍ଦ୍ରଜିତର ନାଗଫାସରୁ ଶ୍ରୀରାମ ଲକ୍ଷ୍ମଣ ମୁକ୍ତି ପାଇବା ପରେ ଇନ୍ଦ୍ରଜିତ ଫେରିଯାଇଥିବା ବେଳେ ଅନ୍ୟ ପୁତ୍ର ଓ ନାତିଙ୍କୁ ହରାଇ ରାବଣ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି।

ରାବଣ ନିଜର ସାନଭାଇ କୁମ୍ଭକର୍ଣ୍ଣକୁ ଯୁଦ୍ଧ କରିବାକୁ ଡାକାଇବା ସହ ଶୋଇଥିବା ଅବସ୍ଥାରୁ ଉଠାଇବାକୁ ନିର୍ଦ୍ଦେଶ ଦେଇଛି। କୁମ୍ଭକର୍ଣ୍ଣ ଛଅମାସ ଶୋଇଥାଏ। ଛଅ ମାସ ପରେ ଉଠିବା ପରେ ଯୁଦ୍ଧ କରିଗଲେ ତାର ସମକକ୍ଷ କେହି ହୋଇନଥାନ୍ତି। କିନ୍ତୁ ଅଦିନରେ ଉଠିଲେ ମରଣ ତାର ସୁନିଶ୍ଚିତ। ଶେଷରେ ପ୍ରଭୁ ଶୀରାମଙ୍କ ଦ୍ୱାରା କୁମ୍ଭକର୍ଣ୍ଣର ବଧ ହୋଇଛି। କୁମ୍ଭକର୍ଣ୍ଣ ବଧ ନାଟକକୁ ନିଖୁଣ ଭାବେ ଅନୁଷ୍ଠାନର କଳାକାରମାନେ ପ୍ରଦର୍ଶିତ କରିଥିଲେ। ନାଟକକୁ ହୃଦାନନ୍ଦ ମେହେର ରଚନା କରିଥିବାବେଳେ ଭବାନିଶଙ୍କର ମହାପାତ୍ର ନିର୍ଦ୍ଦେଶନା ଓ ତୁଷାରକାନ୍ତ ପଟ୍ଟନାୟକ ସଙ୍ଗିତ ନିର୍ଦ୍ଦେଶନା ଦେଇଛନ୍ତି।

- Advertisement -

ନାଟକରେ ଶ୍ରୀରାମ ଭୂମିକାରେ ଶିରିଶ ବେହେରା,ସୀତା ବିଶ୍ୱାମିତ୍ର ସାହୁ,ଲକ୍ଷ୍ମଣ ଦନାର୍ଦ୍ଦନ ମିଶ୍ର,ହନୁମାନ ଶାନ୍ତନୁ ବେହେରା,ସୁଗ୍ରୀବ ଦିବାକର ଜେନା, ଅଙ୍ଗଦ ଭୂମିକାରେ ସତ୍ୟଜିତ ମିଶ୍ର,ବିଭୀଷଣ ପ୍ରମୋଦ ପ୍ରଧାନ, ରାବଣ ସୁଦାମ ବେରିହା, କୁମ୍ଭକର୍ଣ୍ଣ ଜୟନାରାୟଣ ମହାନ୍ତି, କାଳନେମୀ ଚକ୍ରଧର ସାହୁ ଓ ମନ୍ଦୋଦରୀ ଜଗଦୀଶ ବାରିକ ଅଭିନୟ କରିଥିଲେ। କୁମ୍ଭକର୍ଣ୍ଣ ବଧ ନାଟକ ଦେଖିବାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକଙ୍କ ଭିଡ ଲାଗିରହିଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories