ନଖର ଯତ୍ନ
ଶୀତଦିନେ ଯୁବତୀମାନେ ହାତ ଓ ପାଦ ପ୍ରତି ଅଧିକ ଯତ୍ନଶୀଳ ହୁଅନ୍ତି। କେବଳ ହାତ, ପାଦ ନୁହେଁ, ବରଂ ନଖ ପ୍ରତି ମଧ୍ୟ ଦୃଷ୍ଟି ଦିଅନ୍ତୁ। କାରଣ ଆମ ଅବହେଳା କାରଣରୁ ନଖ ଶୀଘ୍ର ଭାଙ୍ଗିଯାଏ। ସବୁଠୁ ମୁଖ୍ୟ କଥା ହେଲା ନିଜ ଖାଦ୍ୟପାନୀୟକୁ ଠିକ୍ ରଖିଲେ ନଖକୁ ମଧ୍ୟ ଭଲଭାବେ ପୋଷକତତ୍ତ୍ବ ମିଳେ।
– ନିୟମିତ ଭାବେ ନେଲପଲିସ୍ ଲଗାଉଥିଲେ, ଅନ୍ତତଃ ୨-୩ଦିନ ନଖକୁ ମଧ୍ୟ ବିଶ୍ରାମ ଦିଅନ୍ତୁ। ନଚେତ୍ ନଖର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ କମ୍ ହୋଇଥାଏ।
– ନଖରୁ ନେଲପଲିସ୍ ଛଡ଼ାଇବା ପୂର୍ବରୁ ଉଷୁମ ପାଣିରେ ହାତକୁ କିଛିସମୟ ରଖି ପରେ ରିମୁଭର୍ କଟନ୍ ଉପଯୋଗ କରିବେ। ପ୍ରତିଦିନ ସ୍ନାନ ସମୟରେ ଅଳ୍ପ ନଡ଼ିଆତେଲ କିମ୍ବା ସୋରିଷ ତେଲ ତୁଳାରେ ନେଇ ନଖ ଉପରେ ଲଗାଇବେ।
– ରସୁଣକୁ ଛେଚି ଏହାର ରସକୁ ନଖରେ ଲଗାଇ ୫ ମିନିଟ୍ ପରେ ପୋଛିବେ। ଶକ୍ତ ନଖ ପାଇଁ ଏହି ଉପାୟକୁ ସପ୍ତାହରେ ୨-୩ଦିନ କରିବା ଉଚିତ।
– ଭଲ କମ୍ପାନୀର ନେଲ୍ପଲିସ୍ ଲଗାଇବା ଉଚିତ। ନଚେତ୍ ଏଥିରେ ଥିବା ରାସାୟନିକ ତତ୍ତ୍ବ ନଖକୁ ଦୁର୍ବଳ କରେ।
– ଭିଟାମିନ୍ ଭରପୂର ଡାଲି ଓ ପନିପରିବା ପ୍ରତିଦିନ ଖାଇଲେ ଆପଣଙ୍କ ନଖକୁ ଆବଶ୍ୟକ ପରିମାଣରେ ପୋଷକତତ୍ତ୍ବ ମିଳେ।
Comments are closed.