ମାଲକାନଗିରି: ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲାରେ ଏକ ଗାଁର ନାଏବ ସରପଞ୍ଚ ଓ ଆଉ ଜଣଙ୍କୁ ଅପହରଣ ପରେ ହତ୍ୟା କରିଥିବା ଜଣାପଡ଼ିଛି। ମୃତଦେହ ନିକଟରେ ଦକ୍ଷିଣ ବସ୍ତର ନକ୍ସଲ ସଂଗଠନ ପୋଷ୍ଟର ପଡ଼ିଛି। ପୋଷ୍ଟରରେ ଦକ୍ଷିଣ ବସ୍ତର ନକ୍ସଲ ସଂଗଠନ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି। ଏହି ଘଟଣା ଚିଣ୍ଟାଗୁଫା ପୁଲିସ ଥାନା ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ସୂଚନାନୁସାରେ, ମାଓବାଦୀମାନେ ବୁର୍ଖାପାଲ ଗାଁର ନାଏବ ସରପଞ୍ଚ ମାଡଭି ଗଙ୍ଗା ଓ ଅନ୍ୟଜଣଙ୍କୁ ଅପହରଣ କରିଥିଲେ। ମାଡଭି ଗଙ୍ଗା ତାଙ୍କ ତାଡମେଟଲା ଘରେ ଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ବହୁ ସଂଖ୍ୟାରେ ମାଓବାଦୀ ତାଙ୍କ ଘରେ ପହଞ୍ଚି ତାଙ୍କୁ ଉଠାଇ ନେଇଯାଇଥିଲେ।
Popular Categories



