ଭୁବନେଶ୍ୱର : ଚାକିରିରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦେଇଥିବା ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହେବେ। ଏହା ପ୍ରଚାରିତ ହେବା ପରେ ବର୍ତ୍ତମାନର ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ପୂର୍ବରୁ ସମ୍ବଲପୁର ଆସନରେ ନୂଆ ପ୍ରାର୍ଥୀ ଦିଆଯିବା ନେଇ ଯୋଜନା ଚାଲିଥିବା ଖବର ପାଇଥିଲି। ତେଣୁ ସମ୍ବଲପୁର ଲୋକସଭା ଆସନରୁ ଛିଡ଼ା ହେବା ପାଇଁ ଦୁଇଥର ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହି ସାରିଛି। ଏବେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନକୁ ଗସ୍ତ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ନିର୍ବାଚନ ତାରିଖ ଘୋଷଣା ହେଲେ ତାଙ୍କୁ ଭେଟି ମୋ ନିଷ୍ପତ୍ତି ଜଣାଇବି। ସମ୍ବଲପୁର ଲୋକସଭା ଆସନରେ ସେ ତାଙ୍କୁ ପ୍ରାର୍ଥୀ କରିବେ ବୋଲି ନଗେନ୍ଦ୍ର ଅଶା ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ନଳିନୀ ପ୍ରଧାନଙ୍କୁ ଲୋକସଭା ପାଇଁ ଟିକଟ ନଦେଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରାଯାଉ।
ବିଜେଡିରେ ନଳିନୀଙ୍କ ଯୋଗଦାନ ଓ ଲୋକସଭା ପାଇଁ ତାଙ୍କୁ ଟିକଟ ଦିଆଯିବା ଖବରକୁ ନେଇ ସାଂସଦ ନଗେନ୍ଦ୍ର ପ୍ରଧାନ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏହାକୁ ନେଇ ବିଜେଡିରେ ଗୋଷ୍ଠୀକନ୍ଦଳ ବଢ଼ିବାରେ ଲାଗିଛି।
ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ସଭାପତିଙ୍କୁ ଜଣାଇଛି: ନଗେନ୍ଦ୍ର
Popular Categories



