www.samajalive.in
Sunday, December 14, 2025
17.1 C
Bhubaneswar

ଚୌଦ୍ୱାର ନଗର କଂଗ୍ରେସ ତରଫରୁ ସୁକୁମାର ମୃତ୍ୟୁ ଘଟଣାର ତଦନ୍ତ ଦାବି

ଚୌଦ୍ୱାର : ଟାଙ୍ଗୀ ସ୍ଥିତ କୋଭିଡ କେୟାର କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଚୌଦ୍ୱାର ବାଣିପଦା ପଞ୍ଚାୟତ ଦେବୀନଗର ଗ୍ରାମର ସୁକୁମାର ସୁବୁଦ୍ଧିରାୟଙ୍କ ବେକରେ ଛୁରୀ ଭୁଷି ମୃତ୍ୟୁ ହେବା ଭଳି ଅସ୍ୱଭାବିକ ଘଟଣାର ପ୍ରକୃତ ସତ୍ୟ ଲୋକ ଲୋଚନକୁ ଆଣିବାପାଇଁ ଚୌଦ୍ୱାର ନଗର କଂଗ୍ରେସ ତରଫରୁ ଦାବି କରାଯାଇଛି। ସୁକୁମାରଙ୍କ ମୃତ୍ୟୁ ଘଟଣା ହତ୍ୟା କି ଆତ୍ମହତ୍ୟା ତଦନ୍ତ କରାଯାଇ ପ୍ରକୃତ ସତ୍ୟ ଲୋକ ଲୋଚନକୁ ଆଣିବା ଓ ମୃତ ସୁକୁମାରଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର କ୍ଷତି ପୁରଣ ପ୍ରଦାନ ପାଇଁ ଦଳ ତରଫରୁ ଦାବି କରାଯାଇଛି। ନଗର କଂଗ୍ରେସ ସଭାପତି ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ପିସିସି ସଭ୍ୟ ରାଜୀବ ମହାନ୍ତି,ମହିଳା କଂଗ୍ରେସର ମୋନାଲିସା ଦାସ, ସମ୍ପାଦକ ହରିହର ପରିଡ଼ା, ଏସ୍‍ କେ ସବୀର, ବିଜୟ ଦାସ ପ୍ରମୁଖ ଚୌଦ୍ୱାର ଏସ୍‍ଡିପିଓ ସତ୍ୟବ୍ରତ ଲେଙ୍କାଙ୍କୁ ଭେଟି ଏ ସଂକ୍ରାନ୍ତରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟଯେ ସୁକୁମାର କୋଭିଡ କେୟାର କେନ୍ଦ୍ରରୁ ସୁସ୍ଥ ହୋଇ ଘରକୁ ଫେରିବା ପାଇଁ ଫୋନ କରିବାର କିଛି ସମୟ ପରେ ବେକରେ ଛୁରୀ ଭୁଷି ଆତ୍ମହତ୍ୟା କରିବା ଘଟଣାକୁ ତାଙ୍କ ପରିବାର ଲୋକ ଓ ଚୌଦ୍ୱାରର ଜନସାଧାରଣ ସହଜରେ ଗ୍ରହଣ କରିପାରୁ ନାହାନ୍ତି। କୋଭିଡ କେୟାର କେନ୍ଦ୍ରରେ ସିସିଟିଭିର ବ୍ୟବସ୍ଥା ନଥିବା ଓ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ କଂଗ୍ରେସ କର୍ମୀ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories