www.samajalive.in
Sunday, December 14, 2025
17.1 C
Bhubaneswar

୫ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲା ବିସ୍ଥାପିତ ପ୍ରଜା ସଂଘ; ସମର୍ଥନ ଦେଇ ଧାରଣାରେ ବସିଲେ ବିଧାୟକ ଓ ପୂର୍ବତନ ବିଧାୟକ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ଖିଣ୍ଡା ପଞ୍ଚାୟତ ରେ ଥିବା ଏନ୍.ଏଲ୍.ସି କମ୍ପାନୀ ର ତଲାବିରା(୨) ଏବଂ (୩) କୋଇଲା ଖଣି ଯୋଗୁଁ ବିସ୍ଥାପିତ/କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣ ଙ୍କ ନ୍ୟାଯ୍ୟ ଦାବୀ ପୂରଣ କରିବାରେ କମ୍ପାନୀ କର୍ତ୍ତୃପକ୍ଷ ଏବଂ ପ୍ରଶାସନ ଟାଳଟୁଳ ନୀତି ଅବଳମ୍ବନ କରୁଥିବା ର ଜନ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଉଛି। ବିଗତ ଦିନ ରେ ଦାବି ହାସଲ ପାଇଁ ଅନେକ ଥର ଆନ୍ଦୋଳନ ହୋଇଛି। କିନ୍ତୁ ପ୍ରତିଥର କମ୍ପାନୀ ଦାବୀ ପୂରଣ ର ପ୍ରତିଶ୍ରୁତି ଦେଇ ପ୍ରତାରଣ କରିଛି ବୋଲି ଅଭିଯୋଗ ହେଉଛି। ଜନ ଅସନ୍ତୋଷର ଫଳ ସ୍ୱରୂପ ଆଜି ତଲବିରା ବିସ୍ଥାପିତ ପ୍ରଜା ସଂଘ ୫ ଦଫା ଦାବି ପୂରଣ ନେଇ ପୂର୍ବାହ୍ନ ୧୦ ଟାରୁ କମ୍ପାନୀର କୋଇଲା ପରିବହନ ରାସ୍ତାରେ ଆନ୍ଦଳନ କରି ବହୁ ସଂଖ୍ୟକ ମହିଳା ଏବଂ ପୁରୁଷ ଧାରଣାରେ ବସିଛନ୍ତି। ପ୍ରଜା ସଂଘର ସଭାପତି ପିତାମ୍ବର ବିଶ୍ୱାଳ, ସମ୍ପାଦକ ଉମାକାନ୍ତ ନାଥ, ମାତୃଭୁମି ଅନୁଷ୍ଟାନର ସଭାପତି ହେମନ୍ତ କୁମାର ପାଣ୍ଡେଙ୍କ ନେତୃତ୍ନରେ ଚାଲିଥିବା ଏହି ଆନ୍ଦୋଳନକୁ ସମର୍ଥନ କରି ରେଙ୍ଗାଲି ବିଧାୟକ ନାଉରି ନାଏକ, ପୂର୍ବତନ ବିଧାୟକ ରମେଶ ପଟୁଆ, ଜିଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ ,ଜିଲ୍ଲା ପରିଷଦ ସଭ୍ୟ ତିରୋଜ ହେଡେଞ୍ଜା, ବିଜେଡି ନେତା ଏମ୍.ବି ସତ୍ୟମ୍ ପ୍ରମୁଖ ବିଜେପି ଏବଂ ବିଜେଡିର ନେତା ଏବଂ ସମର୍ଥକମାନେ ଆନ୍ଦୋଳନ ସ୍ଥଳକୁ ପହଞ୍ଚି ଧାରଣାରେ ବସିଥିଲେ।

- Advertisement -

ଦାବିଗୁଡିକ ହେଲା ପ୍ରତ୍ୟେକ ସ୍ଥାନୀୟ ବିସ୍ଥାପିତ ଓ ଜମିହରାଙ୍କୁ ସ୍ଥାୟୀ ନିଯୁକ୍ତି ଦେବା। ଏନ୍ଏଲ୍‌ସି କମ୍ପାନୀର ୫କୋଟିରୁ କମ୍ ଟେଣ୍ଡର ପ୍ରକ୍ରିୟା ରେ ଜମିହରା ଓ ବିସ୍ଥାପିତ ପାଇଁ ସଂରକ୍ଷିତ ରଖିବା। ୨୦ ଲକ୍ଷ ରୁ କମ୍ ମୂଲ୍ୟ ର କାମ ଠିକା କାମକୁ ବିନା ଟେଣ୍ଡରରେ ଏକ ପାରଦର୍ଶି ପ୍ରକ୍ରିୟା ରେ ସ୍ଥାନିୟ ବିସ୍ଥାପିତ, କ୍ଷତିଗ୍ରସ୍ତ ଏବଂ ପ୍ରଭାବିତ ଲୋକମାନଙ୍କୁ ଦିଆଯାଉ। ମାଇନିଂ ଏବଂ କୋଇଲା ପରିବହନରେ ବିସ୍ଥାପିତ, କ୍ଷତିଗ୍ରସ୍ତ ଏବଂ ସ୍ଥାନିୟ ଲୋକଙ୍କଜ ଭାଗିଦାରୀ ଦିଆଯାଉ ଏବଂ ପ୍ରତ୍ୟେକ ବିସ୍ଥାପିତ ପରିବାରର ସମସ୍ୟାକୁ ଆରପିଡିଏସି ବୈଠକରେ ସମାଧାନ କରାଗଲେ ପରେ ଯାଇ କମ୍ପାନୀ ସଂପୃକ୍ତ ପ୍ରଜାର ଜମିକୁ କମ୍ପାନୀ ବ୍ୟବହାର କରୁ ବୋଲି ବିସ୍ଥାପିତ ପ୍ରଜା ସଂଘ ଦାବି କରିଛି। ଏହାପୂର୍ବରୁ ଅନେକ ଥର ବିଭିନ୍ନ ସ୍ଥାନିୟ ସଙ୍ଗଗଠନ ପକ୍ଷରୁ ବିଭିନ୍ନ ଦାବିକୁ ନେଇ ହୋଇଥିବା ଆନ୍ଦୋଳନ ଏବଂ ଏହାର ସମାଧାନ ପାଇଁ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକରେ ଗୃହିତ ପ୍ରସ୍ତାବ ଏ ପର୍ଯ୍ୟନ୍ତ କମ୍ପାନୀ କାର୍ଯ୍ୟକାରୀ କରୁ ନଥିବାରୁ ଜନ ଅସନ୍ତୋଷ ଦାନା ବାନ୍ଧୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories