www.samajalive.in
Sunday, December 14, 2025
19.1 C
Bhubaneswar

ଜୀବନ ଯୁଦ୍ଧରେ ହାରିଗଲେ ପ୍ରଣତି ; ବିପଦ ସମୟରେ ମହାନତା ଦେଖାଇଲେ ମିଡିଆ କେୟାର

ଗୁଣୁପୁର : ମାରାତ୍ମକ କର୍କଟ ରୋଗରେ ପୀଡିତ ହୋଇ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ ଗବେଷଣା କେନ୍ଦ୍ରରେ ଜୀବନ ଯୁଦ୍ଧରେ ହାରିଗଲେ ପ୍ରଣତି ପାତ୍ର। ପ୍ରଣତି ହେଉଛନ୍ତି ଗୁଣୁପୁର କରାବାଙ୍କ ନିବାସୀ ତଥା ଓଏନଏ ଗଣମାଧ୍ୟମ ପ୍ରତିନିଧିଙ୍କ ବଡ଼ ଭଉଣୀ । ସେ ଜଣେ ମିଷ୍ଟଭାଷୀ, ମେଳାପୀ ଓ ଧର୍ମ ପରାୟଣ ମହିଳା ଭାବେ ଅଞ୍ଚଳରେ ବେଶ ପରିଚିତ। ଦୀର୍ଘ ଏକ ବର୍ଷ ଧରି ସେ କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହୋଇ ଘରକୁ ଫେରି ଥିଲେ। ଘରେ କାମ କରୁଥିବା ବେଳେ ତଳେ ପଡିଯାଇ ତାଙ୍କ ଡାହାଣ ହାତ ଭାଙ୍ଗି ଯାଇଥିଲା। ଏହି ମାରାତ୍ମକ ରୋଗ ଧୀରେ ଧୀରେ ତାଙ୍କ ହାତକୁ ପ୍ରଭାବିତ କରିଥିଲା । ଗୁରୁବାର ପ୍ରଥମେ ତାଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଉଚ୍ଚ ଚିକିତ୍ସା ପାଇଁ ବ୍ରହ୍ମପୁର ଓ କଟକକୁ ଗୋଟିଏ ଦିନରେ ହିଁ ସ୍ଥାନାନ୍ତରିତ କରାଯାଇଥିଲା । ଏଥିରେ ଗୁଣୁପୁର ଓ ରାୟଗଡା ମିଡ଼ିଆ କେୟାରର ସଦସ୍ୟ ମାନେ ଅକ୍ଲାନ୍ତ ପରିଶ୍ରମ ଓ ଯୋଗ ସୂତ୍ର ରକ୍ଷା କରି କଟକରେ ଭର୍ତି କରିବା ଠାରୁ ଆରମ୍ଭ କରି ଚିକିତ୍ସା ସେବା ଯୋଗାଇ ଦେବା ଯାଏଁ ରାୟଗଡା, ବ୍ରହ୍ମପୁର ଓ କଟକ ମିଡ଼ିଆ କେୟାର ସମସ୍ତ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଥିଲେ । ଆଜି ଅପରାହ୍ନରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ, ତାଙ୍କ ମର ଶରୀର ଗୁଣୁପୁର ଆଣିବା ବ୍ୟବସ୍ଥା କିଭଳି ହୋଇପାରିବ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ବ୍ୟବସ୍ଥା ଗ୍ରହଣ କରାଯାଇଛି। ତାଙ୍କ ପରିବାରକୁ କିଭଳି ଅଧିକ ସାହାଯ୍ୟ ସହଯୋଗ କରାଯାଇ ପାରିବ ମିଡିଆ କେୟାର ତାର ସମସ୍ତ ଉଦ୍ୟମ ଜାରି ରଖିଛନ୍ତି ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories