ରାମନାଗୁଡା : ରାଜ୍ୟ ସରକାରଙ୍କ ମୋ ସ୍ମୁଲ ଅଭିଯାନରେ ସାମିଲ ହୋଇଛି ରାମନାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ। ଏହାର ଉନ୍ନତି ତଥା ବିକାଶ ପାଇଁ ୪୫ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ଆଜି ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ପହଞ୍ଚି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ବିଦ୍ୟାଳୟ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଥମେ ବିଦ୍ୟାଳୟ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ପରେ ବିଦ୍ୟାଳୟରେ ଭିତ୍ତିଭୂମି ଥାଇସୁଦ୍ଧା ବିଦ୍ୟାଳୟ ଗୁଡିକ ଓ କ୍ଲାସରୁମ ସ୍ଥିତିକୁ ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ମଞ୍ଜୁର ହୋଇଥିବା ଅନୁଦାନରୁ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ବିଜ୍ଞାନଗାର ଉନ୍ନତି, ମଡେଲ ଶୈଚାଳୟ ନିର୍ମାଣ, ବିଶୁଦ୍ଧ ପାନୀୟ ଜଳର ସୁବନ୍ଦୋବସ୍ତ, ବିଦ୍ୟାଳୟର ସୈନ୍ଦର୍ଯ୍ୟକରଣ ସହ ଆବଶ୍ୟକ କାର୍ଯ୍ୟ ଗୁଡ଼ିକ ସେପ୍ଟେମ୍ବର ୨୫ସୁଦ୍ଧା ଶେଷ କରିବାକୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟ ଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ କରାଯିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ କହିଛନ୍ତି। ଏହି ସମୟରେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବାରିହା,ଡିଏସଏସ୍ ମନୋଜ ଗୈଡ଼,ବିଡ଼ିଓ ବେଣୁଧର ଶବର,ବିଜେଡି ଜିଲ୍ଲା ସଂପାଦକ ଗଗନ ଆଚାର୍ଯ୍ୟ, ବିଇଓ ସୂଜନ ମଲ୍ଲିକଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।



