ନବେଢା ରାଜଦୋଳ ସମନ୍ୱୟ ସମ୍ମିଳନୀ

ଗୁରୁଡିଝାଟିଆ : ବାଳି ଶାସନ ଗୋପାଳଦେବ ମନ୍ଦିର ପରିସରରେ ନବେଢା ରାଜଦୋଳ ସମନ୍ୱୟ ସମ୍ମିଳନୀର ବୈଠକ ଫକୀର ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ରାଜଦୋଳର ସମସ୍ତ କାର୍ଯ୍ୟକ୍ରମକୁ ସଠିକ୍ ଢଙ୍ଗରେ ପରିଚାଳନା କରି ଭାତୃତ୍ୱ ଓ ଆଧ୍ୟାତ୍ମିକ ଭାବ ପ୍ରଜ୍ୱଳିତ କରି ସାମାଜିକ ସଂହତି ବଜାୟ ରଖିବା ଦିଗରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା। ଅନୁଷ୍ଠାନର ସଂପାଦକ ସତ୍ୟବ୍ରତ ମହାପାତ୍ର ୧୪ତମ ରାଜଦୋଳ ସମନ୍ୱୟ ସମ୍ମିଳନୀର ଉଦ୍ଦେଶ୍ୟ, ରାଜଦୋଳ ଗଠନର ଇତିହାସ ସଂପର୍କରେ ଆଲୋକପାତ କରିବା ସହ ଏଥିରେ ସମସ୍ତଙ୍କ ଅବଦାନକୁ ଭୁଲିହେବ ନାହିଁ ବୋଲି କହିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ସଚ୍ଚିଦାନନ୍ଦ ପଣ୍ଡା, ଶ୍ୱେତକାନ୍ତ ବେହେରା, ବସନ୍ତ କୁମାର ସାହାଣୀ, ଅନୁଷ୍ଠାନର ସଭାପତି ବଂଶୀଧର ମହାପାତ୍ର, ଶରତ ଚନ୍ଦ୍ର ରଥ, କରୁଣାକର ବେହେରା, ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା, ରାଜକିଶୋର ମହାପାତ୍ର, ଫକୀର ଚରଣ ପ୍ରଧାନ, ଅନନ୍ତ ଚରଣ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ଅଧିକାରୀ ପଣ୍ଡା, ବସନ୍ତ କୁମାର ରାଉତ, ମଦନ ମୋହନ ବେଉରା, ନିରଞ୍ଜନ ରାଉତ, ଡମ୍ବରୁଧର ସାମଲ, ବଂଶୀଧର ମିଶ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜଦୋଳ ଉତ୍ସବ ଆସନ୍ତା ୩ ତାରିଖରେ ଖମାରନୂଆଗାଁ, ୪ତାରିଖରେ ଗୋବରା, ୫ ତାରିଖରେ ବାଳି, ୬ ତାରିଖରେ କୁମାରପୁର, ୭ ତାରିଖରେ ଗୁରୁଡିଝାଟିଆ ଠାରେ ଅନୁଷ୍ଠିତ ହେବ। ବାଳିଶାସନର ବିଶ୍ୱନାଥ ମିଶ୍ର, ହୃଷିକେଶ ମିଶ୍ର, ଗିରୀଶ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ରଶ୍ମୀରଞ୍ଜନ ସାହାଣୀ ଉତ୍ସବକୁ ସଂଯୋଜନା କରିଥିଲେ। ଏହି ସମ୍ମିଳନୀରେ ନବେଢା ରାଜଦୋଳ ସମନ୍ୱୟ ସମ୍ମିଳନୀ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

Comments are closed.