ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାସ୍ତରୀୟ ୭୩ ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ଷ୍ଟାଡିୟମ ଠାରେ ପାଳିତ ହୋଇଯାଇଛି। ସ୍ଥାନୀୟ ଷ୍ଟାଡିୟମଠାରେ ଅନୁଷ୍ଠିତ ଜିଲ୍ଲସ୍ତରୀୟ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥିଭାବେ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ଭାରତର ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ ଯେଉଁ ମହାପୁରୁଷ ମାନେ ନିଜର ଅକ୍ଲାନ୍ତ ପରିଶ୍ରମ, ତ୍ୟାଗ, ବଳିଦାନରେ ଭାରତକୁ ସ୍ବାଧୀନ କରି ବିଶାଳ ଭାରତବର୍ଷକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଗଢିତୋଳି ଥିଲେ ସେମାନଙ୍କ ଉଦେଶ୍ୟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇ ସାଧାରଣତନ୍ତ୍ର ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ନବରଙ୍ଗପୁର ମାଟି ଏକ ସ୍ବାଧୀନତା ସଂଗ୍ରାମୀଙ୍କ ମାଟି। ଏ ମାଟିର ଅନେକ ସ୍ବାଧୀନତା ସଂଗ୍ରାମୀ ନିଜର ମାଟି ତଥା ଦେଶମାତୃକା ପାଇଁ ନିଜକୁ ତ୍ୟାଗ ଓ ବଳିଦାନ ଦେଇଛନ୍ତି, ସେହି ବିଶିଷ୍ଟ ସଂଗ୍ରାମୀ ଓ ବରପୁତ୍ରମାନଙ୍କୁ ମୋର ଭକ୍ତିପୂତ ଶ୍ରଞ୍ଜାଜଳି ଜଣାଉଛି କହି ନବରଙ୍ଗପୁର ଜିଲାର କଳା ସାହିତ୍ୟ, ସଂସ୍କୃତି ଉପରେ ଆଲୋକପାତ କରିଥିଲେ।
ଏହି ଜିଲାସ୍ତରୀୟ ସମାରୋହରେ ବିଧାୟକ ନବରଙ୍ଗପୁର ସଦାଶିବ ପ୍ରଧାନି, ଜିଲାପାଳ ଡ.କମଳ ଲୋଚନ ମିଶ୍ର ଆରକ୍ଷୀ ଅଧିକ୍ଷକ ପିଏସ.ପୁରୁଷୋତ୍ତମ ଦାସ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ରତ୍ନାକର ସାହୁ, ଉପ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲା, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.କାଳୀପ୍ରସାଦ ବେହେରା, ଜିଲା ସମାଜ କଲ୍ୟାଣ ଅଧିକାରୀ ସ୍ବର୍ଣ୍ଣଲତା ବିଶ୍ୱାସ, ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର, ଅଭିମନ୍ୟୁ ମାଝୀ, ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଜୟକୃଷ୍ଣ ବେହେରା, ତହସିଲଦାର ନବରଙ୍ଗପୁର ରବୀନ୍ଦ୍ର କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ।
ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜିଲା ସ୍ବାସ୍ଥ୍ୟ ବିଭାଗ, ଜିଲା ସମାଜ କଲ୍ୟାଣ ବିଭାଗ, ଜିଲା ପୁଲିସ ବିଭାଗ, ଅଗ୍ନିଶମ ବିଭାଗ, ପୌରପାଳିକା କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଉପ କାରାଗାରରେ ଥିବା ଅନ୍ତେବାସୀମାନଙ୍କୁ ଜିଲାପାଳ ଡ.କମଳ ଲୋଚନ ମିଶ୍ର, ଆରକ୍ଷୀ ଅଧିକ୍ଷକ ପି.ଏସ. ପୁରୁଷୋତ୍ତମ ଦାସ, ଉପ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଦ୍ବାରା ଫଳ ବଣ୍ଟନ କରାଯାଇଥିଲା। ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲ୍ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଦୀଲିପ୍ କୁମାର ମଲ୍ଲିକ, ରାଜେନ୍ଦ୍ର ମାଝୀ, ନୀଳକଣ୍ଠ ନାୟକ, ବିଘ୍ନରାଜ ମାଝୀ, ପୂର୍ଣ୍ଣଚନ୍ଦ୍ର ବାଘ ପ୍ରମୁଖ ସହଯୋଗ କରିଥିଲେ।



