ଭିଜିଲାନ୍ସ ଜାଲରେ କୋଷାଗୁମୁଡା ଆଇସିଡିଏସ ସୁପରଭାଇଜର

ନବରଙ୍ଗପୁର: କୋଷଗୁମୁଡ଼ା ବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନାର କୋଡିଙ୍ଗା ସେକ୍ଟରର ସୁପରଭାଇଜର ରାଜେଶ୍ୱରୀ ରାଜକୁମାରୀ ନାଗ ଲାଞ୍ଚ ନେଇଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେ ଜଣେ ଅଙ୍ଗନବାଡି କର୍ମୀଙ୍କର ଠାରୁ ୫୪୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ସେ ଅଙ୍ଗନବାଡି କର୍ମୀଙ୍କର ଠାରୁ ଖେଳନା, ଖାଦ୍ୟ ଇତ୍ୟାଦିର ବିଲ ପାଇଁ ଟଙ୍କା ଦାବି କରିଥିଲେ। ପ୍ରତି ମାସରେ ସେ ଟଙ୍କା ଦାବି କରିବା ସହିତ ଟଙ୍କା ନଦେଲେ ବିଭିନ୍ନ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ହେବାପରେ ଭିଜିଲାନ୍ସ ପକ୍ଷରୁ ପୂର୍ବରୁ ଯୋଜନା କରାଯାଇ ଆଜି ଟଙ୍କା ନେଉଥିବାବେଳେ ସମ୍ପୃକ୍ତ ସୁପରଭାଇଜରଙ୍କୁ ଧରିଥିଲେ। ଏହାପରେ ଭିଜିଲାନ୍ସ ଦ୍ୱାରା ଶ୍ରୀମତୀ ନାଗ ଙ୍କର ଦୁଇଟି ସ୍ଥାନ କୋଡିଙ୍ଗା ସେକ୍ଟର ଅଫିସ ଓ ତାଙ୍କର ନବରଙ୍ଗପୁର ସହରର ସେନାପତିସାହି ବାସଭବନରେ ସର୍ଚ୍ଚ ଚାଲିଥିବା ଜଣାପଡିଛି । କୋରାପୁଟ ଭିଜିଲାନ୍ସ ଦ୍ୱାରା କେସ ନମ୍ବର ୩୧।୨୦୨୩ ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଅଭିଯୁକ୍ତ ଶ୍ରୀ ମତି ନାଗ ଙ୍କୁ ଆଜି ସନ୍ଧ୍ୟା ୭ ଟାରେ ନବରଙ୍ଗପୁରରେ ଭିଜିଲାନ୍ସ କାର୍ଯ୍ୟାଳୟକୁ ଜେରା କରାଯାଉଛି। ଏହି ଚଢାଉରେ ଜୟପୁର ଭିଜିଲାନ୍ସ ଡିଏସପି ଅଭୟ ପ୍ରଧାନ, ନବରଙ୍ଗପୁର ଡ଼ିଏସପି ଜୟଶ୍ରୀ ପ୍ରଧାନ, ସୂର୍ଯ୍ୟକାନ୍ତି ଟାକରି ଓ ସରିତା ତ୍ରିପାଠୀ ଭାଗ ନେଇଥିଲେ।

Comments are closed.