www.samajalive.in
Tuesday, December 9, 2025
15.1 C
Bhubaneswar

ବନବିଭାଗର ଚଢ଼ାଉ ; ବାଘଛାଲ ଓ ହରିଣ ଶିଙ୍ଗ ଜବତ

ନବରଙ୍ଗପୁର : ଘରେ ଲୁଚାଇ ରଖିଥିଲେ ବାଘଛାଲ ଓ ହରିଣ ଶିଙ୍ଗ। ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରି ବାଘ ଛାଲ, ହରିଣ ଶିଙ୍ଘ ଜବତ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ନବରଙ୍ଗପୁର ଜିଲା ରାଇଘର ବ୍ଲକ୍ ଅନ୍ତର୍ଗତ ଛତିଶଗଡ଼ ସୀମାନ୍ତ କଲମାଡଙ୍ଗରି ଗାଁରେ ଏପରି ଘଟଣା ଘଟିଛି। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। କଲମାଡଙ୍ଗରି ଗାଁର କିଛି ବ୍ୟକ୍ତି ବେଆଇନ ଭାବେ ବାଘଛାଲ, ହରିଣ ଶିଙ୍ଗ ଓ ଅନ୍ୟ ଜୀବଙ୍କ କିଛି ଅବଶେଷ ଘରେ ରଖିଥିବା କୌଣସି ସୂତ୍ରରୁ ଖବର ପାଇଥିଲା ରାଇଘର ବନ ବିଭାଗ। ହେଲେ କଲମାଡଙ୍ଗରି ଗାଁଟି ଛତିଶଗଡ଼ ସୀମାନ୍ତରେ ହୋଇଥିବାରୁ ରାଇଘର ବନ ବିଭାଗ ଛତିଶଗଡ଼ର ଇନ୍ଦଗାଓଁ ବନ ବିଭାଗ ସହ ପ୍ରଥମେ ଯୋଗାଯୋଗ କରିଥିଲା। ଘଟଣାସମ୍ପର୍କରେ ସେମାନଙ୍କୁ ଅବଗତ କରାଇଥିଲା। ବନ ବିଭାଗ ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଏହା ଉପରେ ନଜର ରଖିଥିଲା। ଦୁଇ ରାଜ୍ୟର ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ର ଚଢ଼ାଉବେଳେ ଗୋଟିଏ କଲରାପତରିଆ ବାଘ ଛାଲ, ହରିଣ ଶିଙ୍ଘ ଏବଂ କିଛି ଅନ୍ୟ ଜୀବଙ୍କ ଅବଶେଷ ଜବତ କରାଯାଇଥିଲା। ଏହି ମାମଲାରେ ବନ ବିଭାଗ ତିନି ଜଣ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories