ନବରଙ୍ଗପୁର: ସ୍ଥାନୀୟ ଆରସିଡି ନୋଡାଲ ଉଚ୍ଚବିଦ୍ୟାଳୟ ଠାରେ ଜେ।ନସ୍ତରୀୟ ବିଜ୍ଞାନଭିତ୍ତିକ ନାଟକ ପ୍ରତିଯୋଗିତାର ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ୬ଗୋଟି ଜିଲ।ର ନାଟକ ଦଳ ଭାଗ ନେଇ ଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଡଃ.କମଳ ଲୋଚନ ମିଶ୍ର, ଜିଲ। ଶିକ୍ଷା ଅଧିକାରୀ ପ୍ରଦୀପ ନାଗ, ଅତିରିକ୍ତ ଜିଲ। ଶିକ୍ଷା ଅଧିକାରୀ ରେଶମ ଲାଲ ନାୟକ, ଜିଲ। ବିଜ୍ଞାନ ପରିଦର୍ଶକ ଚିତ୍ତରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ଦୁଇ ବିଚାରକ ଦାୟିତ୍ୱ ତୁଲାଇଥିଲେ ବରିଷ୍ଠ ମଞ୍ଚ ନିର୍ଦେଶକ ଦେବଦାସ ମହାଙ୍କୁଡ଼ ଯୁବ କଳାକାର ଫାଲଗୁନି ପାତ୍ର। ନବରଙ୍ଗପୁର କୋରାପୁଟ ମାଲକାନଗିରି ରାୟଗଡା ଗଜପତି କଳାହାଣ୍ଡି ୬ ଗୋଟି ଦଳର ନାଟକ ମଧ୍ୟରୁ ପ୍ରଥମ ଶ୍ରେଷ୍ଠ ନାଟକ ଭାବେ କୋରାପୁଟ ଦଳ ଦ୍ଵିତୀୟ ନବରଙ୍ଗପୁର ଏବଂ ତୃତୀୟ ଦଳ ଭାବେ କଳାହାଣ୍ଡି ଜିଲ୍ଲାର ନାଟକକୁ ପୁରସ୍କୃତ କରିଥିଲେ। ଏହି ନାଟକ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ସହ ବହୁ ବିଜ୍ଞାନ ଶିକ୍ଷକ ଉପସ୍ଥିତ ଥିଲେ।
Popular Categories



