ନବରଙ୍ଗପୁର: ଜିଲ୍ଳା କଂଗ୍ରେସ ଭବନ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୭୮ ବର୍ଷ ଜନ୍ମ ଦିବସରେ ଶ୍ରଦ୍ଧାଞ୍ଜଳୀ ଦିବସ ରୂପେ ଜିଲ୍ଲା ସଭାପତି ମୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି। ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ବରିଷ୍ଠ ନେତା ସଦନ ନାୟକ, ସତ୍ୟନାରାୟଣ ତ୍ରିପାଠୀ, ଦିଲ୍ଲିପ ବେହେରା, ପ୍ରଦୀପ ସାହୁ, ବୃନ୍ଦାବନ ତ୍ରିପାଠୀ ଅବଦୁଲ୍ ଫି ରୋଜ, ସୁନାମ ପତ୍ର ସୁନା, ନବକିଶୋର ମନ୍ଦାର, ଦେବକାନ୍ତ ପଣ୍ଡା, ବାସୁଦେବ ପଟ୍ଟନାୟକ, ଶେଖ୍ ଚାନ୍ଦ ଉଷ୍ମା ନି, ଭବାନୀ ସାହୁ, ଉର୍ଦ୍ଧ ବ ପ୍ରଧ।ନି, ବାମଦେବ ନାୟକ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଗାନ୍ଧୀଙ୍କ ସ୍ମୁତି ଚାରଣ କରିଥିଲେ।
ସଭାରେ ଯୁବ ମାନସର ପ୍ରତୀକ ଦେଶର ସର୍ବ କନିଷ୍ଠ ପ୍ରଧାନ ମନ୍ତ୍ରୀ ତଥା ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀ ଙ୍କ ସମୟରେ ଦେଶରେ ପଞ୍ଚାୟତ ରାଜ ବ୍ୟବସ୍ଥା, କମ୍ପ୍ୟୁଟରର ବହୁଳ ବ୍ୟବହାର,୧୮ ବର୍ଷରେ ଭୋଟ ଦେବା ଅଧିକାର ଭଳି ଅନେକ ଯୋଜନା ପ୍ରଣୟନ କରିଥିଲେ। ଯୁବକଯୁବତୀମାନେ କିଭଳି ଆତ୍ମ ନିର୍ଭର ଶିଳ ହେବାସହ ଦେଶ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ସେଥିପାଇଁ ସଦାବେଳେ ଚିନ୍ତିତ ଥିଲେ। ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା କଂଗ୍ରେସ ଦଳର ମୁଖ୍ୟ ଆଦର୍ଶ ବୋଲି ବରିଷ୍ଠ ନେତା ସଦନ ନାୟକ ଉପସ୍ଥାପନ କରିବା ସହ ଯୁବ ପିଢ଼ିଙ୍କୁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ।



