ନବରଙ୍ଗପୁର: ନବରଙ୍ଗପୁର ମହାବିଦ୍ୟାଳୟରେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ୍ ୟୁନିଭରସିଟି (ଇଗନୁ) ପ୍ରୋମସନାଲ୍ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କୋରାପୁଟ ଆଞ୍ଚଳିକ କେନ୍ଦ୍ରର ସହକାରୀ ଆଞ୍ଚଳିକ ନିର୍ଦ୍ଦେଶକ ଡଃ.ଲତିକା ମିଶ୍ର ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପାଠ୍ୟକ୍ରମ ସଂପର୍କରେ ଅବଗତ କରାଇବା ସହି ଉତ୍ସାହିତ କରିଥିଲେ। ଇଗନୁର ଶିକ୍ଷାଦାନର ପଦ୍ଧତି ଓ ବିଭିନ୍ନ ପାଠ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ। ଏହିବିଶ୍ୱବିଦ୍ୟାଳୟ ବିଭିନ୍ନ ସାର୍ଟିଫିକେଟ କୋର୍ସ, ପିଜି ଡିପ୍ଲୋମା କୋର୍ସ, ଡିଗ୍ରୀ କୋର୍ସ, ସ୍ନାତ୍ତକୋତ୍ତର କୋର୍ସ ସଂପର୍କରେ ବୁଝାଇଥିଲେ। ଅନ୍ୟ ନିୟମିତ ପାଠପଢ଼ା ସହିତ ଏଠିକାର ପାଠ୍ୟକ୍ରମରେ ଯୋଗଦେଇ ପରୀକ୍ଷା ଦେଇପାରିବେ ବୋଲି କହିଥିଲେ। ଏହି ପ୍ରମାଣପତ୍ରଗୁଡିକ ସମଗ୍ର ଦେଶ ସମେତ ବିଦେଶରେ ମଧ୍ୟ ମୂଲ୍ୟ ରହିଛି ବୋଲି କହିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ଭାସ୍କର ନାଥ ବିଶ୍ୱାଳ ଏହି ଇଗନୁର ପାଠ୍ୟକ୍ରମ ବହୁ ପ୍ରତିଯୋଗୀତା ପରୀକ୍ଷାରେ ବହୁ ଗୁରୁତ୍ୱପୂର୍ଣ୍ଣ ଉପାଦେୟତା ରହୁଛି। ଏଠାରେ ଯୋଗଦେଇ ଛାତ୍ରଛାତ୍ରୀ ମାନେ ସେମାନଙ୍କର ଭବିଷ୍ୟତ ଗଠନ କରିପାରିବେ ବୋଲି କହିଥିଲେ। ଇଗନୁର ସଂଯୋଜକ ଡଃ.ନୀଳାଞ୍ଚଳ ମିଶ୍ର ଦେଶରେ ୧୯୮୫ ରେ ଆରମ୍ଭ ହୋଇଥିବା ଇଗନୁ ସମସ୍ତ ଅଞ୍ଚଳରେ ବ୍ୟାପିଛି। ନବରଙ୍ଗପୁରରେ ୨୦୦୩ ରୁ ଇଗନୁର ପାଠ୍ୟକ୍ରମ ଆରମ୍ଭ ହୋଇଛି। ଇଗନୁ ପାଠ୍ୟକ୍ରମର ସ୍ୱତନ୍ତ୍ର ସମ୍ମାନ ରହିଥିବା କହିଥିଲେ। ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର ପ୍ରମାଣପତ୍ର ଭଳି ଇଗନୁର ପ୍ରମାଣପତ୍ର ସମାନ ମୂଲ୍ୟ ରହିଥିବା ସୂଚାଇଥିଲୋ ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପିକା ସଙ୍ଗୀତା ତ୍ରିପାଠୀ ମଞ୍ଚାସୀନ ଥିଲେ। ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲୋ
Popular Categories



