ନବରଙ୍ଗପୁର: ଜିଲାପାଳଙ୍କ କାର୍ୟ୍ୟାଳୟ ପରିସର ମଧ୍ୟରେ ଜିଲ।ପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ସଦଭାବନା ଦିବସ ପାଳନ ଅବସରରେ ଶପଥ ପାଠ ଉତ୍ସବ ପାଳନ ହୋଇଯାଇଛି। ଜିଲ।ପାଳ ଡଃ ମିଶ୍ର, ଜାତି ସମ୍ପ୍ରଦାୟ କ୍ଷେତ୍ର, ଧର୍ମ ଅଥବା ଭାଷା ଭିତ୍ତିକ ଭେଦଭାବ, ହିଂସାର ସାହାଯ୍ୟ ବିନା ସବୁ ପ୍ରକାର ମତଭେଦ କଥାବାର୍ତ୍ତା ଏବଂ ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ ସମାଧାନ କରିବା ପାଇଁ ଭାରତ ବାସୀଙ୍କ ଭାବନାତ୍ମକ ଏକତା ଏବଂ ସଦଭାବନା ନିମନ୍ତେ କାର୍ୟ୍ୟ କରିବା ପାଇଁ ଉପସ୍ଥିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ। ଏହି ଅବସରରେ ଜିଲ।ପାଳ ଡଃ. ମିଶ୍ରଙ୍କ ଉପସ୍ଥିତିରେ ଜିଲା କାର୍ୟ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ନେଇ ’ଆମ ପରିବେଶ ସ୍ଵଚ୍ଛ ପରିବେଶ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Popular Categories



