www.samajalive.in
Monday, December 15, 2025
16.1 C
Bhubaneswar

ନବରଙ୍ଗପୁରରେ ୯୦ ହଜାର ଜାତୀୟ ପତାକା ବଣ୍ଟନ ଆରମ୍ଭ

ନବରଙ୍ଗପୁର: ସ୍ୱାଧୀନତାର ୭୫ବର୍ଷପାଳନ ଅବସରର ସରକାରଙ୍କର ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏ ସଂପର୍କରେ ଆଜି ଅପରାହ୍ନରେ ଜିଲାପାଳଙ୍କର କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲାପାଳ ଡଃ.କମଳଲୋଚନ ମିଶ୍ର ଯୋଗଦେଇ ସବିଶେଷ ସୂଚନା ଦେଇଥିଲେ। ଭାରତ ସରକାରଙ୍କର ନିର୍ଦ୍ଦେଶ ପ୍ରକାରେ ଆଜାଦୀ କି ଅମୃତ ମହୋତ୍ସବ ପାଳନ କରାଯାଉଛି। ଏଥିପାଇଁ ଜାତୀୟ ପତାକାର ସଠିକ ବ୍ୟବହାର ଓ ସମ୍ମାନ ଉପରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟ ସରକାରଙ୍କର ଦ୍ୱାରା ନବରଙ୍ଗପୁର ଜିଲାରେ ୯୦ହଜାର ଜାତୀୟ ପତାକା ପହଞ୍ଚିଥିବା ବେଳେ ଏହା ପ୍ରତିବ୍ଲକ, ପଞ୍ଚାୟତ ଓ ଗ୍ରାମରେ ମାଗଣାରେ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି। ଆସନ୍ତା ୧୫ରେ ସ୍ୱାଧୀନତା ସଂଗ୍ରାମ ସଂପର୍କୀତ ରଥକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ। ଏହା ସେପ୍ଟେମ୍ବର ୭ରେ ନବରଙ୍ଗପୁର ପହଞ୍ଚି ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳକୁ ଯାଇ ସ୍ୱାଧିନତା ସଂଗ୍ରାମର ବାର୍ତ୍ତା ଲୋକଙ୍କୁ ଅବଗତ କରାଯିବ। ତେବେ ଜାତୀୟ ସମ୍ମାନ ପ୍ରତି ଅପମାନ ନିବାରଣ ଅଧିନିୟମ- ୧୯୭୧ ଓ ଭାରତୀ ଜାତୀୟପତାକା ସଂହିତା -୨୦୦୨ ଅନୁସାରେ ସରକାରୀ ନିୟମ ପ୍ରକାରେ ତ୍ରିରଙ୍ଗାର ବ୍ୟବହାର ପାଇଁ ନିୟମ କରାଯାଇଛି।

ଜାତୀୟ ପତାକା ହାତକଟା ଓ ହାତବୁଣା, ଯନ୍ତ୍ର ପ୍ରସ୍ତୁତ ସୂତା, ପଲିଷ୍ଟର, ପଶମ ଓ ରେଶମ ଖଦୀ ପଟି ରେ ହୋଇ ବ୍ୟବହାର କରାଯାଇ ପାରିବ। ଯେକୌଣସି ବ୍ୟକ୍ତି , ବେସରକାରୀ ସଂସ୍ଥା ଓ ଶିକ୍ଷାନୁଷ୍ଠାନ ଜାତୀୟପତାକାକୁ ମର୍ଯ୍ୟଦା ଓ ସମ୍ମାନ ଅକ୍ଷୁର୍ଣ୍ଣ ରଖି ସମସ୍ତ ଦିବସରେ ଜାତୀୟପତାକା ଉତ୍ତୋଳନ ଓ ପ୍ରଦର୍ଶନ କରିପାରିବେ। ନିଜର ଘରେ ନିଜେ ଦିନ ରାତ୍ରି ଉଡାଇ ପାରିବେ। ନଷ୍ଟହୋଇଥିବା ,ରଙ୍ଗଛାଡିବା ଓ ଅପରିସ୍କାର ପତାକା ପ୍ରଦର୍ଶିତ ହୋଇ ପାରିବ ନାହିଁ। ନଷ୍ଟ ଓ ଚିରିଯାଇଥିବା ଜାତୀୟ ପତାକାକୁ ଏକାନ୍ତରେ ପୋଡି ଦିଆଯିବ। ଏହା କାହାକୁ ଜଣାଯିବ ନାହିଁ। ଅନ୍ୟ କୌଣସି ପତାକା ସହିତ ଜାତୀୟ ପତାକା ଉଡାଯିବ ନାହିଁ। ତେବେ କେତେକ ବିଶିଷ୍ଟ ବ୍ୟକ୍ତି ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିର ଯାନ ବାହନରେ ଜାତୀୟ ପତାକା ଉଡାଯାଇ ପାରିବେ ନାହିଁ। ଅନ୍ୟ କୌଣସି ପତାକାକୁ ଜାତୀୟ ପତାକାର ଅଧିକ ଉଚ୍ଚରେ କିମ୍ବା ଉପରେ କିମ୍ବା ପାଖରେ ସ୍ଥାପନ କରାଯାଇ ପାରିବେ ନାହିଁ ବୋଲି କହିଥିଲେ। ଯଦି ଏହାର ଖିଲାଫ କରାଯାଏ ତାହା ହେଲେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଥିଲୋ ଅନ୍ୟ ମାନଙ୍କର ମଧ୍ୟରେ ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତ ଓ ଜିଲା ସୂଚନା ଓ ଷଳକା ସଂପର୍କ ଅଧିକାରୀ ହଳଧର ନିଆଲ ଉପସ୍ଥତି ଥିଲେ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories