www.samajalive.in
Sunday, December 7, 2025
23.1 C
Bhubaneswar

ନବରଙ୍ଗପୁର ଜିଲାରେ ଚାଲିଛି ଅବାଧ ଗୋଚାଲାଣ, ପ୍ରଶାସନ ନୀରବ ଦ୍ରଷ୍ଟା

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ ଅବାଧ ଗୋଚାଲାଣ ଚାଲିଥିବାବେଳେ ଏଥିପ୍ରତି ପ୍ରଶାସନ କୈାଣସି ପଦକ୍ଷେପ ନେଉନଥିବାରୁ ଜିଲାରେ ଗୋବଂଶ ହ୍ରାସ ପାଉଛି। ଦୈନିକ ଜିଲାରେ ଶହଶହ ସଂଖ୍ୟାରେ ଗାଈଗୋରୁଙ୍କୁ ଚଲାଇ ଚଲାଇ ନିଆଯାଉଛି। ନବରଙ୍ଗପୁର ଜିଲାର ରାଇଘର, ଝରିଗାଁ ଉମରକୋଟ, ଡାବୁଗାଁ, ପାପଡାହାଣ୍ଡି ଅଞ୍ଚଳର ଗାଈଗୋରୁ ପ୍ରତିଗାଁରୁ ସଂଗ୍ରହ କରାଯାଇ ନବରଙ୍ଗପୁର ଉପକଣ୍ଠକୁ ଅଣାଯାଉଛି। ଗୋରୁବ୍ୟବସାୟୀ ମାନେ ଗୋରୁ ସଂଗ୍ରହ କରବାକୁ ବିଭନ୍ନ ଅଞ୍ଚଳରେ ବିଭକ୍ତ ହୋଇଥିବା ଜଣାଯାଇଛି। ଏହି ଅବାଧ ଗୋଚାଲାଣ ରେ ଡାବୁଗାଁ ଅଞ୍ଚଳର ଗୋରୁପିଠିରେ ‘ଓ’ ଲେଖାଯାଉଥିବାବେଳେ ଝରିଗାଁ ଅଞ୍ଚଳର ଗୋରୁ ଉପରେ ନୀଳ ଚିହ୍ନ ଓ କଳାହାଣ୍ଡି ଜିଲା ଅଞ୍ଚଳର ଗୋରୁ ପିଠିରେ ଲାଲ ଚିହ୍ନ ରହୁଛି। କେତେକ ଅଞ୍ଚଳର ଗୋରୁ ଏଠାରେ ଏକାଠି କରିବା ପରେ ନବରଙ୍ଗପୁର ସହର ଭିତରକୁ ନନେଇ ବାଇପାସ୍‍ ରାସ୍ତା ମଙ୍ଗଳମ ଟିମ୍ବର ଓ ରଙ୍ଗମାଟିଗୁଡା ଗ୍ୟାସ ଗୋଦାମ ରାସ୍ତା ଦେଇ ବୋରିଗୁମ୍ମା ପଟରୁ ଜୟପୁର ପହଞ୍ଚାଯାଉଛି। ସେଠାରୁ ଅନ୍ୟ ରାସ୍ତା ଦେଇ ଚଲାଇ ଚଲାଇ ସେମିଳିଗୁଡା ନିଆଯାଉଛି। ସେଠାରୁ ବଡବଡ ଟ୍ରକ ଗାଡିରେ ଆନ୍ଧ୍ରପ୍ରଦେଶର କିରଣ୍ଡୁଲ ଦେଇ ବିଜୟୱାଡା ନିଆଯାଉଛି। ବିଜୟୱାଡ଼ାରୁ ଗୁଣ୍ଟୁର ଓ ପୁରୁଣା ହାଇଦ୍ରାବାଦର ଅଲକ୍‍ବୀର କତଲଖାନାକୁ ନିଆଯାଇ ଗାଈଗୋରୁଙ୍କୁ ହତ୍ୟା କରାଯାଉଛି। ଏହି କାରବାରରେ ବିଭିନ୍ନ ରାକେଟ ସକ୍ରିୟ ରହିଛନ୍ତି।

 

- Advertisement -

ସେହିପରି ଅନ୍ୟ ରାକେଟ ଦଳ ରାଇଘର ଓ ଉମରକୋଟ ଅଞ୍ଚଳର ଗାଇଗୋରୁଙ୍କୁ ଚାଲାଣ କରି ଛତିଶଗଡରାଜ୍ୟର ସୁକୁମା ଦେଇ ରାୟପୁରକୁ ଚଲାଇ ଚଲାଇ ନେଉଥିବାବେଳେ ସେଠାରୁ ଭିଲାଇ ଦେଇ ଓକଲା , ଜଳଗାଁଓରୁ ଔରଙ୍ଗାବାଦ ଦେଇ ବମ୍ବେ ଦେବନାୟାରା କତଲଖାନାକୁ ନିଆଯାଉଥିବା ଜଣାପଡିଛି। ତେବେ ସୁସ୍ଥ ସବଳ ଗାଇଗୋରୁଙ୍କୁ ହିଁ ଗୁରୁତ୍ୱ ଦିଆଯାଇ କିଣାଯାଉଛି। ଗୋରୁ ବ୍ୟବସାୟୀ ମାନଙ୍କର ଏକ ବଡ ରାକେଟ ଥିବାବେଳେ ସେମାନେ ପ୍ରତି ପଏଣ୍ଟରେ ଗୋଚାଳକଙ୍କୁ ବଦଳି କରୁଛନ୍ତି। ଅପରପକ୍ଷରେ ଗାଈଗୋରୁଙ୍କୁ ଶହଶହ କିଲୋମିଟର ଚଲାଇ ଚଲାଇ ନେଇ ନିର୍ୟ୍ୟାତନା ଦିଆଯାଉଛି। ରାତି ତମାମ ଗୋଚାଲାଣ କରାଯାଉଥିବାବେଳେ ଦିନ ବେଳେ ଜଙ୍ଗଲ ଅଞ୍ଚଳରେ କିଛି ସମୟ ବିଶ୍ରାମନେଇ ପୁଣି ଚଲାଇ କରି ନେଉଥିବା ଜଣାପଡିଛି। ତେବେ ନିୟମିତ ଭାବେ ଏହି ଗୋଚଲଣ ଚାଲୁଥିବାବେଳେ ଏହାର ପ୍ରତିବନ୍ଧକ ହୋଇ ପାରୁନି। ଫଳରେ ଜିଲା ଗ୍ରାମାଞ୍ଚଳ ଏବେ ଗୋରୁଶୁନ୍ୟ ହେବାକୁ ବସିଛି। ଏହି ଗୋଚାଲଣ ବନ୍ଦ ସପର୍କରେ ଜିଲାର ପୂର୍ବରୁ ଆନ୍ଦୋଳନ କରାଯାଇଥିବାବେଳେ ଏବେ ଏହା ନରମି ଯାଇଛି।
୨୦୧୨ ମସିହା ବେଳକୁ ଅବାଧ ଗୋଚାଲଣ ନେଇ ଆନ୍ଦୋଳନ କରାଯାଇ ସସସ୍ତ ଗାଈଗୋରୁକୁ ଅଟକ ରଖାଯାଇଥିଲା। ଏହାକୁ ନେଇ ଉତ୍ତେଜନା ହେବା ଫଳରେ ଜିଲା ପ୍ରଶାସନ ପକ୍ଷରୁ ବାଧ୍ୟ ହୋଇ ଜିଲାପାଳଙ୍କର ଅଧ୍ୟକ୍ଷତାରେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କର ଉପସ୍ଥିତିରେ ଧାର୍ମିକ ବ୍ୟକ୍ତିବିଶେଷ ଓ ଗୋସୁରକ୍ଷା ସଂଗଠନ ସମେତ ଓ ଗୋରୁ ବ୍ୟବସାୟୀ ମଧ୍ୟରେ ବୈଠକ କରାଯାଇଥିଲା । ଏହା ପରେ ଜିଲାର ଗୋଚାଲାଣ କିଛି ବର୍ଷ କମିଥିଲା। ତେବେ ଏବେ ଗୋ-ସୁରକ୍ଷା ସଙ୍ଗଠନ ଗୁଡିକ ନୀରବ ରହିବା ଫଳରେ ପୁଣି ପୂର୍ବଭଳି ଗୋଚାଲାଣ ବୃଦ୍ଧି ପାଇଛି। ଜିଲାରେ ଗୋବଂଶ କମି ଯାଉଥିବାବେଳେ ଏହା ଜିଲାର କେବଳ ଧାର୍ମିକ ନୁହଁ, ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ମଧ୍ୟ କୁପ୍ରଭାବ ପକାଇଛି। ତେବେ ଗୋସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିଗାଁରେ ଗୋଶାଳା ପାଇଁ ଗୋସୁରକ୍ଷା ସଙ୍ଗଠନ ପକ୍ଷରୁ ଦାବି କରାଯାଇଥିଲେ ହେଁ ସରକାରର ଆନ୍ତରିକତା ନଥିବା ପ୍ରତିୟମାନ ହେଉଛି। ରାଜ୍ୟ ସରକାରଙ୍କର ଦ୍ୱାରା ‘ଓଡିଶା ପ୍ରିଭନ୍ସେନ ଅଫ କାଓ ସଲଟର ଆକ୍ଟ- ୧୯୬୦’ ଆଇନ ରହିଥିଲେ ହେଁ ତାକୁ ଜିଲା ପ୍ରଶାସନ ଅଣାଦେଖ କରୁଥିବା ଅଭିଯୋଗ ହୋଇଛି। ତେବେ ତୁରନ୍ତ ଜିଲାର ଅବାଧ ଗୋଚାଲାଣ ବନ୍ଦ କରିବାକୁ ବିଭିନ୍ନ ଧାର୍ମିକ ସଂଗଠନ ସମେତ ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ଧର୍ମପ୍ରସାର ପ୍ରମୁଖ ସର୍ବେଶ୍ୱର ତ୍ରିପାଠୀ ଓ ସମାଜସେବୀ ରୀତେଶ ପୂଜାରୀ ପ୍ରମୂଖ ଦୃଢ ଦାବି କରିଛନ୍ତି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories