www.samajalive.in
Sunday, December 7, 2025
23.1 C
Bhubaneswar

ନବରଙ୍ଗପୁରରେ ‘ମଣ୍ଡେଇ’ ପାଇଁ ମଞ୍ଚ ଓ ଅନ୍ୟାନ୍ୟ ପ୍ରସ୍ତୁତି ଆରମ୍ଭ

ନବରଙ୍ଗପୁର: ଆସନ୍ତା ଡିସେମ୍ବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ନବରଙ୍ଗପୁର ଜିଲାର ଲୋକ ମହୋତ୍ସବ ‘ମଣ୍ଡେଇ’ ମହୋତ୍ସବ ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମଞ୍ଚ ଓ ଅନ୍ୟାନ୍ୟ ପ୍ରସ୍ତୁତି କାର୍ଯ୍ୟ ଜୋରଦାର କରାଯାଇଛି ।  ଜିଲାପାଳ ଡଃ.କମଳ ଲୋଚନ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତି ଜିଲାପାଳ ଭାସ୍କର ରଇତ, ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତ, ନବରଙ୍ଗପୁର ବିଡିଓ ଶିବପ୍ରସାଦ ପଟ୍ଟନାୟକ, ଓରମାସର କାର୍ଯ୍ୟ ନିର୍ବାହୀ ଏ.ଉମା ମହେଶ, ବ୍ଳକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ରାଜସ୍ୱ ନିରିକ୍ଷକ ପ୍ରମୁଖ ପଡିଆକୁ ଯାଇ ଅନୁଧ୍ୟାନ କରିବା ସହିତ ମାପଚୁପ କରିଥିଲେ ।

ଚଳିତ ବର୍ଷ ସର୍ବାଧିକ ୩୬୦ଟି ଷ୍ଟଲ କରାଯାଉଥିବାରୁ ଏହାର ନକ୍ସା ଓ ଚିହ୍ନଟ  କରାଯାଇଛି ।  ପଡିଆକୁ ସମତୁଲ କରାଯିବା ସହିତ ପଡିଆର ବିଭିନ୍ନ ପାଶ୍ୱର୍ରେ ପିଇବା ପାଣି ଓ  ପାଇଖାନା କରାଯିବାକୁ ଜାଗା ଚିହ୍ନଟ କରାଯାଇଛି । ଚଳିତବର୍ଷ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ମୀନା ବଜାର ଜାଗାକୁ ଘୁଞ୍ଚାଇ ପଡିଆର ପଶ୍ଚିମ ପାର୍ଶ୍ବକୁ ନିଆଯାଇଛି ।  ଏହାଛଡା ମହୋତ୍ସବକୁ ଲୋକଙ୍କ ପ୍ରବେଶ ପାଇଁ ୩ଟି ମୁଖ୍ୟ ଫାଟକ କରାଯିବ । ଯାନବାହନ ପାର୍କଂ ପାଇଁ ପଡିଆର ପ୍ରାୟ ଅଧା କିଲୋମିଟର ଦୂରରେ ଥିବା ପୂର୍ବ ଦିଗ ଓ ପଶ୍ଟିମ ଦିଗର ଦୁଇଟି ପଡିଆକୁ ଉନ୍ନତି କରାଯାଇଛି ।

- Advertisement -

ସେହିପରି ରାସ୍ତାକଡରେ ରହୁଥିବା ଉଠାଦୋକାନୀଙ୍କର ନିମନ୍ତେ ମୁଖ୍ୟପଡିଆର ପୂର୍ବଦିଗରେ ରହିଥିବା ଅନ୍ୟ ଏକ ପଡିଆକୁ ଚିହ୍ନଟ କରାଯିବା ସହିତ ସେମାନଙ୍କୁ ମଧ୍ୟ ଷ୍ଟଲ ମାଗଣାରେ ଆବଣ୍ଟନ କରାଯିବ । ଏହା ଛଡା ମୁଖ୍ୟ ରାଜରାସ୍ତାରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ଓ ଜରୁରୀକାଳୀନ ପାର୍କିଂ ପାଇଁ ମଙ୍ଗଳମ୍ବ ଟିମ୍ବର ରାସ୍ତା ଛକରେ ଅନ୍ୟଏକ ପାର୍କିଂ ପାଇଁ ବ୍ୟବସ୍ଥା କରାଯିବାକୁ ଜାଗା ଚିହ୍ନଟ କରାଯାଇଛି । ତେବେ ଚଳିତ ବର୍ଷ ପ୍ରବଳ ଭିଡ ହେବାକୁ ଥିବାବେଳେ ଏଥିପାଇଁ ବ୍ୟାପକ ପ୍ରସ୍ତୁତ କରାଯାଉଛି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories