www.samajalive.in
Monday, December 15, 2025
24.1 C
Bhubaneswar

ବସଷ୍ଟାଣ୍ଡ ସ୍ଥାନାନ୍ତରକୁ ବିରୋଧ କରି ବିଜେଡି ରାଲିକୁ ଅଟକାଇଲା ଯୁବକ ସଂଘ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଠାରେ ଆୟୋଜିତ ବିଜେଡି ପ୍ରତିଷ୍ଠା ଦିବସ ଉପଲକ୍ଷେ ନବରଙ୍ଗପୁର ସାଂସଦ ରମେଶ ମାଝୀ ଓ ଡାବୁଗାଁ ବିଧାୟକ ମନହର ରନ୍ଧାରୀଙ୍କ ମୋଟର ସାଇକେଲ ସଭା ଯାତ୍ରାକୁ କୋଷାଗୁମୁଡା ବସଷ୍ଟାଣ୍ଡ ଛକରେ ଅଟୋକାଇଲେ କୋଷାଗୁମୁଡା ଯୁବକ ସଙ୍ଘ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ କୋଷାଗୁମୁଡାର ବିକାଶ ପାଇଁ ଏକ ନୂତନ ବସଷ୍ଟାଣ୍ଡ କରିବା ପାଇଁ ଶିଳାନ୍ୟାସ କରିଥିଲେ। ଏହି ଶିଳାନ୍ୟାସ ନବରଙ୍ଗପୁର କଲେକଟର ଓ ଡାବୁଗାଁ ବିଧାୟକ ମନହର ରନ୍ଧାରୀଙ୍କ ଉପସ୍ଥିତିରେ ହେଇଥିଲା। କିନ୍ତୁ ଅଚାନକ ଭାବରେ କୋଷାଗୁମୁଡା ଠାରେ ହେବାକୁ ଥିବା ନୂତନ ବସଷ୍ଟାଣ୍ଡକୁ ସ୍ଥାନାନ୍ତର କରି କୋଡୀଙ୍ଗାରେ କରାଯିବ ବୋଲି ବିଭିନ୍ନ ସୂତ୍ରରୁ ବିଭିନ୍ନ ଗଣମାଧ୍ୟମରେରେ ଖବର ପ୍ରକାଶ କରାଗଲା। ଯାହା ବିରୁଦ୍ଧରେରେ ଆଜି କୋଷାଗୁମୁଡା ଯୁବକ ସଙ୍ଘ ପ୍ରତିବାଦ ସ୍ୱରୂପ ବିଜେଡି ମୋଟର ସାଇକଲେ ଶୋଭାଯାତ୍ରାରେ ଯାଉଥିବା ସାଂସଦ ରମେଶ ମାଝୀ ଓ ବିଧାୟକ ରନ୍ଧାରୀଙ୍କୁ ଅଟକାଇ ଥିଲେ।

ଯୁବକ ସଙ୍ଘର ଯୁବକମାନେ ସାଂସଦ ରମେଶ ମାଝୀଙ୍କୁ ସିଧା ସଳଖ ବସଷ୍ଟାଣ୍ଡ କୋଡୀଙ୍ଗା ସ୍ଥାନାନ୍ତର ବିରୁଦ୍ଧରେ ପ୍ରତିବାଦ କରିଥିଲେ। ପୂର୍ବରୁ ମଧ୍ୟ୍ୟ କୋଷାଗୁମୁଡା ବ୍ଲକ ହେଡ କ୍ୱାଟର ଠାରେ ଏକଲବ୍ୟ ସ୍କୁଲ ପାଇଁ ସରକାରଙ୍କ ଚିଠି ପତ୍ର ଆସିଥିଲା। କିନ୍ତୁ ତାହାକୁ ମଧ୍ୟ୍ୟ ସ୍ଥାନାନ୍ତର କରାଯାଇଛି ବୋଲି ଆଜି କୋଷାଗୁମୁଡା ଯୁବକ ସଙ୍ଘର ସଦସ୍ୟମାନେ ପ୍ରଶାସନର ଏଭଳି ନୀତିକୁ ତୀବ୍ର ବିରୋଧ କରିଛନ୍ତି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ କୋଷାଗୁମୁଡା ଯୁବକ ସଙ୍ଘ ବ୍ଲକ ଘେରାଉ କରି ରାଜରାସ୍ତାକୁ ଓହ୍ଲାଇବା ସହ ଆଗାମୀ ନିର୍ବାଚନକୁ ବହିଷ୍କାର କରିବା ପାଇଁ ସାଂସଦ ଓ ବିଧାୟକଙ୍କୁ ସୂଚାଇଛନ୍ତି।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories