www.samajalive.in
Monday, December 15, 2025
14.1 C
Bhubaneswar

ଆନ୍ତଃ ମହାବିଦ୍ୟାଳୟ ଆଥଲେଟିକ ମିଟ୍ ଉଦଯାପିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରିଡା ପରିଷଦ ପକ୍ଷରୁ ସ୍ଥାନୀୟ ଖେଳପଡିଆ ପରିସରରେରେ ଚାଲିଥିବା ୨ ଦିନିଆ ୫୩ତମ ଆନ୍ତଃ ମହାବିଦ୍ୟାଳୟ ଆଥଲେଟିକ ମିଟ୍ ଆଜି ଉଦଯାପିତ ହୋଇଛି। ଅନୁଷ୍ଠିତ ଉଦଯାପନୀ ଦିବସରେ ପ୍ରାୟ ୧୬ଟି ପ୍ରତିଯୋଗିତା ହୋଇଥିଲା। ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ୫୦ଟି କଲେଜରୁ ପୁରୁଷ ବର୍ଗରେ ୩୮୬ ଓ ମହିଳା ବର୍ଗରେ ୧୭୮ ଜଣ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଫାଇନାଲରେ ଗୃପ ଚମ୍ପିୟାନ ପୁରୁଷ ବର୍ଗରେ ରାୟଗଡ଼ା ସ୍ଵଂୟଶାସିତ କଲେଜ ଓ ମହିଳା ବର୍ଗରେ ଉମରକୋଟ ପେଣ୍ଡ୍ରଣୀ କଲେଜକୁ ସିଲ୍ଡ ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି।

ଏକକ ଚମ୍ପିୟାନ ପୁରୁଷ ବର୍ଗରେ ଦିଗପହଣ୍ଡି ଖେମୁଣ୍ଡୀ କଲେଜର ଚନ୍ଦନ କୁମାର ସାହୁ ସଟ ଫୁଟ୍ ଓ ହାମାର ଥ୍ରୋରେ ୧ମ ଓ ଡିସ୍କାଶ ଥ୍ରୋରେ ୨ୟ ସ୍ଥାନ ଅଧିକାର କରିଥିବା ବେଳେ ମହିଳା ବର୍ଗରେ ଏକକ ଚମ୍ପିୟାନ ପେଣ୍ଡ୍ରାଣୀ କଲେଜ ଉମରକୋଟର ବବିତା ସାନ୍ତା ୧୦୦, ୨୦୦, ୪୦୦ ଓ ୮୦୦ ମିଟର ଦୌଡରେ ୧ମ ସ୍ଥାନ ଅଧିକାର କରିଛନ୍ତି। ପୁରସ୍କାର ପ୍ରଦାନ ବେଳେ ବ୍ରହ୍ମପୁ୍ର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି, ସହ କୁଳସଚିବ ଡ଼ଃ ସରୋଜ କୁମାର ଦାଶ, କ୍ରୀଡ଼ା ପରିଷଦର ସମ୍ପାଦକ ଡ଼ଃ.ଶେଷଦେବ ପାତ୍ର, ପିଇଓ ରବି ଚରଣ ମିଶ୍ର ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ବିଶ୍ବ ବିହାରୀ ବିଷୋୟୀ, ମହେଶ ମିଶ୍ର, ମନୋଜ ଶତପଥି, କୁନା ପାଢ଼ୀ, ସିଦ୍ଧାର୍ଥ ଶଙ୍କର ପାଢ଼ୀ, ବିକ୍ରମ ପରିଡ଼ା, ଟି. ଶିବାନନ୍ଦ ବର୍ମା, ରବି ବେହେରା, ଏସ.କ୍ରିଷ୍ଣା ରେଡ୍ଡୀ, ରାଜେଶ ନାୟକ, ମନୋଜ ତ୍ରିପାଠୀ, ଦୁର୍ଗା ଚରଣ ହୋତା, କୃଷ୍ଣ ସାହୁ, ଦୁଷ୍ମନ୍ତ ବାରିକ, ଡ଼ଃ.ମିହିର ତ୍ରିପାଠୀ,ରମେଶ ପଟନାୟକ ପ୍ରମୁଖ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories