www.samajalive.in
Sunday, December 7, 2025
23.1 C
Bhubaneswar

ଅଲେଖ ମଠକୁ ପ୍ରତିଦିନ ଆସୁଛନ୍ତି ଭାଲୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋକିଆ ପଞ୍ଚାୟତ ବାସିନୀ ଗ୍ରାମଠୁ କିଛି ଦୂରରେ ଥିବା ଏକ ପାହାଡ଼ ତଳ ଅଲେଖ ମଠରେ ରହୁଛନ୍ତି କିଛି ଅଲେଖ ଧର୍ମ ଗୁରୁ। କିଛିଦିନ ହେବ ସେଠାକୁ ସନ୍ଧ୍ୟା ୪ ଘଣ୍ଟ ସମୟ ପାଖାପାଖି ୪/୫ ଟି ଭାଲୁ ପ୍ରତ୍ୟେକ ଦିନ ଆସି ମଠ ଭିତରେ ଯାଇ ସେଠାରେ ଭୋଗ ଆଦି ଖାଇ ପୁଣି ରାତ୍ରରେ ନିକଟସ୍ଥ ଜଙ୍ଗଲକୁ ଚାଲି ଯାଉଥିବା ଖବର ପ୍ରସାରିତ ହେବା ପରେ ଦୈନିକ ହଜାର ହଜାର ସଂଖ୍ୟାରେ ଆଖପାଖ ଅଞ୍ଚଳ  ଲୋକେ ଜମା ହୋଇ ଭାଲୁ ରାସ୍ତା ପାର ହୋଇ ମଠକୁ ଯିବା ଦୃଶ୍ୟ ଦେଖୁଛନ୍ତି। ଭାଲୁ ଗୁଡିକ କାହାର କିଛି ଅନିଷ୍ଟ କରି ନ ଥିବା ବେଳେ ମଠରେ ଥିବା ଲୋକଙ୍କ ମଧ୍ୟ କିଛି ଅନିଷ୍ଟ କରୁନାହାନ୍ତି। ଏହାକୁ କିଛିଲୋକ ଅଲୌକିକ ଘଟଣା ବୋଲି ଭାବୁଥିବ ବେଳେ ଦିନକୁ ଦିନ ଏଠାରେ ବହୁତ ଲୋକ ଜମା ହୋଇ ଭାଲୁକୁ ଦେଖିବାକୁ ଭିଡ଼ ଜମାଉ ଥିବା ଜାଣିବାକୁ ପାଇବା ପରେ ଆଜି ନବରଙ୍ଗପୁର ଡ଼ିଏଫଓ ମଗର ଧାନାଜି ରାଉସଙ୍କ ନିର୍ଦେଶରେ ନବରଙ୍ଗପୁର, କୋଡୀଙ୍ଗା ଏବଂ ଡାବୁଗାଁ ରେଞ୍ଜ ର ୪୦ ରୁ ୪୫ ଜଣ ବନକର୍ମଚାରୀ ସେଠାକୁ ଯାଇ ଲୋକଙ୍କୁ ସେହି ସ୍ଥାନରେ ନ ଯିବାପାଇଁ ପରାମର୍ଶ ଦେବାସହ ସନ୍ଧ୍ୟା ତମାମ ସେଠାରେ ଜଗି ରହିଥିଲେ ଆଜି ବି ସେମାନଙ୍କ ଉପସ୍ଥିତରେ ୪ଟି ଭାଲୁ ଆସି ମଠ ଭିତରେ ରହି ରାତ୍ରରେ ଜଙ୍ଗଲକୁ ଚାଲି ଯାଇଥିଲେ। ଏଠି ଏତେ ସଂଖ୍ୟାରେ ଲୋକ ଜମା ହେଉଥିବା ବେଳେ ପୁଲିସ ପାଖରେ ଖବର ଥାଇ ମଧ୍ୟ ସେ ସ୍ଥାନକୁ ଯାଉ ନ ଥିବା ବେଳେ ଲୋକ ଗହଳିରେ ଯଦି ଭାଲୁ ହିଂସ୍ର ହୋଇଯାଏ ତା ହେଲେ ଅବସ୍ଥା ସାଙ୍ଘାତିକ ହୋଇପାରେ ବୋଲି ସ୍ଥାନୀୟ ବାସିନ୍ଦା ପ୍ରମୁଖ କହିଛନ୍ତି। ଗହଳିରେ ଲୋକେ ମାନୁନାହାନ୍ତି ସାମାଜିକ ଦୂରତା ଏପରି ସ୍ଥଳେ ଆଜି ବନ ବିଭାଗ ତରଫରୁ ପଦକ୍ଷେପ ନିଆଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories