www.samajalive.in
Sunday, December 7, 2025
26.1 C
Bhubaneswar

ନୂତନ କୋଠାରେ ନବରଙ୍ଗପୁର ଜିଲା ଓ ଦୌରା ଅଦାଲତ କାର୍ଯ୍ୟାରମ୍ଭ

ନବରଙ୍ଗପୁର: ଗତ ଏପ୍ରିଲ ୧୭ ତାରିଖରେ ଓଡିଶା ହାଇକୋର୍ଟର ମୁଖ୍ୟବିଚାରପତି ଡଃ.ଏସ୍‍.ମୂରଲୀଧର ଉଦ୍‍ଘାଟନ କରିଥିବା ବହୁପ୍ରତୀକ୍ଷିତ ତିନିମହଲ ବିଶିଷ୍ଟ ନୂତନ କୋଠାରେ କାର୍ଯ୍ୟାରମ୍ଭ ହେଲା ନବରଙ୍ଗପୁରର ଜିଲା ଓ ଦୈାରା ଅଦାଲତ ସମେତ ୧୧ଟି ଅଦାଲତ। ସୋମବାରଦିନ ଆନୁଷ୍ଠାନିକଭାବେ ଜିଲା ଓ ଦୌରା ବିଚାରପତି ଅଶୋକ କୁମାର ପଣ୍ଡା ପୂଜାର୍ଚ୍ଚନା କରି ନୂତନ କୋଠାରେ ପ୍ରଥମେ ପ୍ରବେଶ କରିଥିଲେ। ପରିବାର ଅଦାଲତ ବିଚାରପତି ରାଜେନ୍ଦ୍ର କୁମାର ତୋଷ୍‍, ରେଜିଷ୍ଟ୍ରର ଅପର୍ଣ୍ଣା ମହାପାତ୍ର, ଜିଲା ଆଇନସେବା ପ୍ରାଧିକରର ସମ୍ପାଦକ ପ୍ରସନ୍ନ କୁମାର ବେହେରା, ଏସଡିଜେଏମ, ଜେଏମଏଫସି, ଜିଲା ପ୍ରଶାସନ ପକ୍ଷରୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ, ଜିଲା ଆଇନଜୀବୀ ସଂଘ ସଭାବତି ଆଶିଷ ରଞନ ପଟ୍ଟନାୟକ ଓ ସମ୍ପାଦକ ରାମପ୍ରସାଦ ପାତ୍ର ସମେତ ସଂଘର କର୍ମକର୍ତ୍ତା ଓ ବହୁ ଆଇନଜୀବୀ ପ୍ରମୂଖ ଉପସ୍ଥିତ ଥିଲେ। ଅଦାଲତ ପରିସରରେଥିବା ଆଇନଜୀବୀ ସଂଘର ଗୃହକୁ ମଧ୍ୟ ଜିଲା ବିଚାରପତି ଶ୍ରୀପଣ୍ଡା ପୂଜାର୍ଚ୍ଚନା କରିବା ପରେ ଆଇନଜୀବୀ ମାନେ କାର୍ଯ୍ୟ ଆରମ୍ଭ କରିଥିଲେ। ବରିଷ୍ଠ ଆଇନଜୀବୀ ଝାଡେଶ୍ୱର ଖାଡଙ୍ଗା, ପ୍ରକାଶ ଚନ୍ଦ୍ର ମିଶ୍ର, ଅରବିନ୍ଦ ପ୍ରସାଦ ପଟ୍ଟନାୟକ, ସୁଧାକର ପଟ୍ଟନାୟକ, ଗଜପତି ପଟ୍ଟନାୟକ, ସଂଘର ଯୁଗ୍ମ ସମ୍ପାଦକ ସନ୍ତୋଷ ନାୟକ, କୋଷାଧ୍ୟକ୍ଷ ବିଧୁଶେଖର ତ୍ରିପାଠୀ, ସଚିଦାନନ୍ଦ ସ୍ୱାଇଁ ପ୍ରଶାନ୍ତ ପଟ୍ଟନାୟକଙ୍କର ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories