www.samajalive.in
Sunday, December 7, 2025
26.1 C
Bhubaneswar

ଲଗାଣ ବର୍ଷାରେ ନବରଙ୍ଗପୁର ବେହାଲ; ଯାତାୟାତ ବିଚ୍ଛିନ୍ନ

ନବରଙ୍ଗପୁର: ଦୁଇଦିନଧରି ଲଗାଣ ବର୍ଷାରେ ନବରଙ୍ଗପୁର ଜିଲା ବେହାଲ ହୋଇଛି । ଜିଲାର ବିଭିନ୍ନ ଅଞ୍ଚଳରେ ଯାତାୟାତ ବନ୍ଦ ରହିଥିବା ବେଳେ ଜାତୀୟ ରାଜପଥ ଉପରେ ଗଛ ପଡିବାରୁ ରାସ୍ତା ଅବରୋଧ ହୋଇଛି । ଫଳରେ ୩ଘଣ୍ଟା ଯାତାୟାତ ବନ୍ଦ ରହିଥିଲା । ଜିଲାର  ପାପଡାହାଣ୍ଡିରୁ ଡାବୁଗାଁ ରାସ୍ତା ବିଛିନ୍ନହୋଇ ଥିବାବେଳେ ଯୋଗାଯୋଗ ଠପ୍‍ ହୋଇପଡିଛି । ପାପଡାହାଣ୍ଡି ନିକଟରେ ତୁରୀ ନଦୀ ବର୍ଷା କାରଣରୁ ଫୁଲିବା ଆରମ୍ଭ କରିଥିବାବେଳେ ବ୍ରିଜ ଉପରେ ତିନିଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଦୁଇପଟର ବହୁ ଯାନବାହନ ଫେରିଯାଇଛି । ଗତକାଲି ଦିନ ତମାମ ପ୍ରବଳ ବର୍ଷା କାରଣରୁ ମଧ୍ୟାହ୍ନ ୧୨ରୁ ଏହି ରାସ୍ତାରେ ଯାତାୟାତ ବନ୍ଦ ରହିଛି ।

ଫଳରେ  ନବରଙ୍ଗପୁର ଓ ପାପଡାହାଣ୍ଡିରୁ ଡାବୁଗାଁ, ଉମରକୋଟ, ରାଇଘର, ଝରିଗାଁ ଓ ଚନ୍ଦାହାଣ୍ଡି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।  ସନ୍ଧ୍ୟା  ସୁଦ୍ଧା ବର୍ଷାଜଳ କମି ନଥିବାରୁ ଯାତାୟାତ ସମ୍ଭବପର ହୋଇ ପାରୁନଥିବା ଜଣାପଡିଛି । ସେହିପରି  ନବରଙ୍ଗପୁରରୁ ଇନ୍ଦ୍ରାବତୀ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ତେନ୍ତୁଳିଖୁଣ୍ଟି ବ୍ଲକର ପାତ୍ରପୁଟରୁ ଗୁଡ୍ରା ଓ ଅମଳାଭଟା, ଅଞ୍ଚଳଗୁମ୍ମାରୁ ବାଗନାଗୁଡା  ଅଞ୍ଚଳର ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ଏହି ଅଞ୍ଚଳର ପ୍ରବଳ ବର୍ଷା କାରଣରୁ ଗଣିଥାଟ ନଦୀର ଦୁଇ କୂଳ ଉଛୁଳିବା ସହିତ ନଦୀ ଉପରେ ପ୍ରାୟ ୩ଫୁଟ ପାଣି ପ୍ରବାହିତ ହେଉଛି । ଏହି ନଦୀରେ  ଥିବା ବ୍ରିଜ ଗୁଡିକ ବନ୍ୟା ପାଣିରେ ବୁଡି ଯାଇଛି । ଫଳରେ ଦୁଇପଟ ଯୋଗାଯୋଗ ସଂପୂର୍ଣ୍ଣ ବନ୍ଦ ରହିଛି । ସେହିପରି ପ୍ରାୟ ପୂର୍ବାହ୍ନ ୧୦ଟାରେ ନବରଙ୍ଗପୁରରୁ ୪କିଲୋମିଟର ଦୂର ତାରାଗାଁ ଛକ ନିକଟରେ ଏକ ବଡଆମ୍ବଗଛ ଉପୁଡି ପଡିଯିବାରୁ ଜାତୀୟ ରାଜପଥ-୨୬ ବନ୍ଦ ରହିଥିଲା ।

- Advertisement -

ଖବରପାଇ ପୁଲିସ  ଓ ଅଗ୍ନିଶମ ବିଭାଗ ପହଞ୍ଚିବା ପରେ ଗଛ କଟାଯାଇଥିଲା । ପ୍ରାୟତିନି ଘଣ୍ଟା ଧରି ରାସ୍ତାଅବରୋଧ ରହିବାରୁ ଏହି ଜାତୀୟରଜପଥର  ଉଭୟପାଶ୍ୱର୍ରେ ଶହଶହ ଗାଡି ମଟର ଅଟକି ରହିଥିଲା । ଲଗାଣ ବର୍ଷା କାରଣରୁ ନବରଙ୍ଗପୁର ସହରରେ ବର୍ଷାପାଣି କାରଣରୁ  ଅଧିକାଂଶ ସାହି ଓ ଗଳିରେ ବର୍ଷାପାଣି ଚାଲୁଥିବା ଦେଖିବାକୁ ମିଳିଥିଲା । ବିଶେଷ କରି ସାହିର ନାଳ ଗୁଡିକ ଅଳିଆରେ ଭରି ରହିଥିବାବେଳେ ବର୍ଷାଜଳ ନିଷ୍କାସନ ହୋଇ ନପାରିବାରୁ ନାଳର ମଇଳା ଓ ଦୁର୍ଗନ୍ଧପାଣି ସବୁ ସାହି ଓ ଗଳିରେ ଅଳିଆ ସହିତ ମଝି ରାସ୍ତାରେ ଭାସୁଥିବା ଦେଖିବାକୁ ମିଳିଥିଲା । ତେବେ ଲଗାଣ ବର୍ଷା କାରଣରୁ ଅଧିକାଂଶ ଦୋକାନ ବଜାର ବନ୍ଦ ରହିଥିଲା । ଏହା ସହିତ ସକାଳରୁ ବିଦ୍ୟୁତ କାଟ୍‌ କରାଯାଇଥିବା ବେଳେ ସନ୍ଧ୍ୟା ୬.୩୦ରେ ବିଦ୍ୟୁତ ଆସିଥିଲା । ତେବେ ପ୍ରବଳବର୍ଷା ସହିତ ଦିନ ତମାମ ବିଦ୍ୟୁତ କାଟ  ଯୋଗୁଁ ସହରବାସୀ  ଆଉଟୁ ପାଉଟୁ ହୋଇଥିଲେ ।

ତେବେ ସନ୍ଧ୍ୟାରୁ ବର୍ଷା କମିଥିବା ଜଣାଯାଇଛି । ଗତ ଶନିବାର ସକାଳ ୮ଟାରୁ ରବିବାର ସକାଳ ୮ ମଧ୍ୟରେ ଜିଲାରେ ୩୨.୭୪ ମିଲିମିଟର ବର୍ଷାହୋଇଥିବା ରେକର୍ଡ କରାଯାଇଥିଲା । ଗତକାଲି ଦିନ ତମାମ ପ୍ରବଳ ବର୍ଷାହୋଇଛି ।  ଜିଲାପାଳ ଡଃ.କମଳ ଲୋଚନ ମିଶ୍ର  ଓ  ଜିଲା ପରିଷଦର ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ମାକର ସାହୁ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ବିଭିନ୍ନ ବନ୍ୟାପ୍ଲାବିତ ଅଞ୍ଚଳ ପରିଦର୍ଶର୍ନ କରି ପରିସ୍ଥିତ ଅନୁଧ୍ୟାନ କରିଛନ୍ତି ।  ଜିଲାପାଳ ଡଃ.ମିଶ୍ର ଏକ ଭିଡିଓ ବାର୍ତ୍ତା ଜାରି କରି ବର୍ଷାରେ ସମସ୍ତ ଜିଲାବାସୀ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ତେବେ ପ୍ରବଳବର୍ଷାକୁ ଦୃଷ୍ଟି  ରଖି ଜିଲାର ସମସ୍ତ ବ୍ଲକ ଓ ତହସିଲକୁ ସତର୍କ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories