ନବରଙ୍ଗପୁରରେ ମେଗା ଆଇନ ସେବା ଶିବିର

ବିଭିନ୍ନ ବିଭାଗ ଦ୍ଵାରା ସହାୟତା ପ୍ରଦାନ

ନବରଙ୍ଗପୁର : ଓଡ଼ିଶା ଆଇନ ସେବା ପ୍ରାଧିକରଣ, ଜିଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ଓ ଜିଲା ପ୍ରଶାସନର ସହଯୋଗରେ ଏକ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଆଇନ ସଚେତନତାରୁ ସଶକ୍ତି କରଣ, ଦାରିଦ୍ର୍ୟ ଦୂରୀକରଣର ଫଳପ୍ରଦ କାର୍ଯ୍ୟକାରିତା ଯୋଜନାକୁ ନେଇ ଅନୁଷ୍ଠିତ ଏହି ମେଗା ଆଇନ ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ  ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାର ପତି ଜଷ୍ଟିସ ଏମ୍.ଏସ. ରମଣ, ଯୋଗଦେଇ ମେଗା ଆଇନ ସେବା ଶିବିର, ଆଇନ ସଚେତନତାରୁ ସଶକ୍ତିକରଣ ଉପରେ ଉଲ୍ଲେଖ କରି ଜାତି, ବର୍ଣ୍ଣ, ଧର୍ମ, ନିର୍ବିଶେଷରେ ବିନା ଭେଦଭାବରେ ସମସ୍ତଙ୍କ ପାଇଁ ଆଇନ ସମାନ, ବିନା ଖର୍ଚ୍ଚରେ ଲୋକେ କିପରି ଦୁଆର ମୁହଁରେ ଆଇନ ସେବା ପାଇପାରିବେ ସେଥି ନିମନ୍ତେ ଆଇନର ଥିବା ବିଭିନ୍ନ ଦିଗ ସମ୍ପର୍କରେ ସେ ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ। ଜଜ, ସଞ୍ଜୀବ ଦୁବେ, ଜିଲ।ପାଳ ଡକ୍ଟର କମଳ ଲୋଚନ ମିଶ୍ର, ଆରକ୍ଷୀ ଅଧିକ୍ଷକ ଏସ .ସୁଶ୍ରୀ, ଯୋଗ ଦେଇଥିଲେ। ଜିଲ। ଜଜ ଶ୍ରୀ ଦୁବେ ସ୍ଵାଗତ ଭାଷଣ ଦେଇ ମେଗା ଆଇନ ସେବା ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ଏବଂ ଆଇନ ସେବାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ।ପାଳ ଡକ୍ଟର ମିଶ୍ର ତାଙ୍କର ବକ୍ତବ୍ୟରେ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନାର କିପରି ସଫଳ ରୂପାୟନ କରାଯାଇ ପାରିବ ଏବଂ ଯୋଗ୍ୟ ହିତାଧିକାରୀ ମାନେ ଏହାର ସୁଫଳ କିପରି ପାଇପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ଆଇନ୍ ସେବା ଶିବିର ଉପରେ ଉଲ୍ଲେଖ କରି ସରକାରୀ ଯୋଜନା, କାର୍ୟ୍ୟକ୍ରମର ସଫଳ ରୂପାୟନରେ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ଵ ଦେଇଥିଲେ ।ଏହି ଅବସରରେ ଜିଲାରେ କାର୍ଯ୍ୟକାରୀ କରାଯାଉଥିବା ସରକାରଙ୍କର ବିଭିନ୍ନ ଜନହିତକର ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ହିତାଧିକାରୀ ମାନଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବିଚାରପତି ଜଷ୍ଟିସ ଏମ୍.ଏସ. ରମଣଙ୍କ ଦ୍ଵାରା ବିଭିନ୍ନ ଉପକରଣ, ସହାୟତା ରାଶି, ଜଙ୍ଗଲ ଜମି ପଟ୍ଟା, ଆଧାର କାର୍ଡ, ଇତ୍ୟାଦି ବଣ୍ଟନ କରାଯାଇଥିଲା। ଜିଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଦିବ୍ୟାଙ୍ଗ ଉପକରଣ, ବିବାହ ସହାୟତା ରାଶି, ଜିଲ। ଶିକ୍ଷା ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀ ମେଧା ବୃତ୍ତି, ଭାଷା ବୃତ୍ତି, ପ୍ରୋତ୍ସାହନ ରାଶି, ଜିଲ। ଶିଳ୍ପ କେନ୍ଦ୍ର ତରଫରୁ କାଜୁ ପ୍ରସେସିଂ ୟୁନିଟ୍ ପାଇଁ ସି ଏଚ୍, ଚିହ୍ନା ରାଓ ଙ୍କୁ ୫୦ ଲକ୍ଷର ଚେକ, ପି ଏମ୍ ଇ ଜି ପି ସ୍କିମ୍ ରେ ଚାରି ଜଣ ହିତାଧିକାରୀଙ୍କୁ ୧୭ ଲକ୍ଷ ୪୪ ହଜାର ଟଙ୍କାର ଚେକ୍, ଜିଲ। ଶ୍ରମ ବିଭାଗ ତରଫରୁ ତିନି ଅଣ ସଂଗଠିତ ଶ୍ରମିକଙ୍କୁ ୩ ଲକ୍ଷ ମୃତ୍ୟୁକାଳୀନ ସହାୟତା ରାଶି, ଜଣେ ନିର୍ମାଣ ଶ୍ରମିକଙ୍କୁ ମୃତ୍ୟୁ କାଳୀନ ଅନ୍ତେଷ୍ଟ କ୍ରିୟା ପାଇଁ ଦୁଇ ଲକ୍ଷ ପାଞ୍ଚ ହଜାର ଟଙ୍କାର ଚେକ, ପୌର ପାଳିକା ନବରଙ୍ଗପୁର ତରଫରୁ ୫ ଟି ଏସଏଚ ଜି ଗ୍ରୁପ୍ କୁ ଏସଇପି, କାର୍ଯ୍ୟକ୍ରମରେ ଫଟୋ ଫ୍ରେମ ବ୍ୟବସାୟ ପାଇଁ ଦଶ ଲକ୍ଷ ଟଙ୍କା, ଲୁଗା ବିଜନେସ ପାଇଁ ୬ ଲକ୍ଷ, ଫେନ୍ସି ଷ୍ଟୋର ପାଇଁ ୫ ଲକ୍ଷ, ସିଲେଇ ପାଇଁ ୫ ଲକ୍ଷ, ସ୍ନାକ୍ସ ତିଆରି ପାଇଁ ୫ ଲକ୍ଷ, ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା।

prayash

ସେହିପରି ଜିଲା ସମାଜ କଲ୍ୟାଣ ବିଭାଗ ତରଫରୁ ୫ ଗୋଟି ମହିଳା ଏସଏଚ଼ଜି ଗ୍ରୁପ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ, ଶିଶୁ ସୁରକ୍ଷା ବିଭାଗ ତରଫରୁ କୋଭିଡ଼ରେ ଅନାଥ ହୋଇଥିବା ୬ ଜଣ ପିଲାଙ୍କୁ ମାସକୁ ୧୫୦୦ ଟଙ୍କାର ଚେକ୍, ସେହିପରି ମାଛ ଚାଷ ପାଇଁ ତିନି ଜଣଙ୍କୁ ପ୍ରତ୍ୟେକଙ୍କୁ ୩ ଲକ୍ଷ ୬୦ ହଜାର ମଞ୍ଜୁର କରାଯାଇଥିବା ଅର୍ଡର, ପ୍ରାଣୀଧନ ବିଭାଗ ତରଫରୁ କୁକୁଡ଼ା ପାଳନ, ଛେଳି ପାଳନ ପାଇଁ, ଜିଲ। ମଙ୍ଗଳ ବିଭାଗ ତରଫରୁ ତିନି ଜଣଙ୍କୁ ଆନ୍ତଜାତି ବିବାହ ପାଇଁଁ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ଚେକ୍, ଆଟ୍ରସିଟି , କେସରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ସ୍ତ୍ରୀ ପ୍ରମିଳା ମାଝୀଙ୍କୁ, ଅନୁକମ୍ପା ରାଶି ବାବଦକୁ ୮ ଲକ୍ଷ ୨୫ ହଜାର ଟଙ୍କାର ଚେକ୍, ଜିଲା ଓରମ।ସ୍ ତରଫରୁ ୪୦ ଜଣ ଯୁବକଙ୍କୁ ନିଯୁକ୍ତି ପତ୍ର, ଜନଜାତି ଉନ୍ନୟନ ବିଭାଗ ତରଫରୁ ଜଙ୍ଗଲ ଜମି ପଟ୍ଟା, ନବରଙ୍ଗପୁର ବ୍ଲକ୍ ତରଫରୁ ମନରେଗାରର ୱ।ର୍କ ଅର୍ଡର୍ ପ୍ରଦାନ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ।ପାଳ ଭାସ୍କର ରଇତ, ଏଡିଜେ ଶିବପ୍ରସାଦ ମିଶ୍ର, ଏ ଡି ଜେ, ପ୍ରଣତୀ ସାହା, ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ, ସୁଦାମ ଚରଣ ଦାସ, ଡି ଏଲ୍ ଏସ ଏ ସେକ୍ରେଟାରୀ, ଜନକ ରାଉତ, ଏସଡି ଜେଏମ୍ ପ୍ରଜ୍ଞା ପଣ୍ଡା, ଜେ ଏମ୍ ଏଫ୍ ସି, ଆର୍. ଏ .ତ୍ରିପାଠୀ, ଜିଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ। ଶେଷରେ ଡିଏଲଏସଏ, ସେକ୍ରେଟାରୀ ଶ୍ରୀ ରାଉତ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।

 

Comments are closed.