www.samajalive.in
Sunday, December 7, 2025
26.1 C
Bhubaneswar

ଗୃହ ଭିତରେ ଓ ବାହାରେ ନବ ତାତି

ଭୁବନେଶ୍ବର : ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ତାତି ଥମୁନାହିଁ। ଗୃହ ଭିତରେ ଓ ବାହାରେ ବିରୋଧୀ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିବାକୁ ଉଦ୍ୟମ କରୁଥିବାବେଳେ ସରକାରୀ ଦଳ ପକ୍ଷରୁ ଏହାର କଡ଼ା ଜବାବ ରଖାଯାଇଛି।
ଆଜି ଶୂନ୍ୟକାଳରେ ଗୃହରେ ନବଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ, ଗୃହ ଏବେ ଖାଲି ଖାଲି ଲାଗୁଛି। ପ୍ରଥମେ କଂଗ୍ରେସରେ ସେ ଥିଲେ ଏବଂ ପରେ ବିଜେଡିରେ ମିଶିବା ପରେ ମନ୍ତ୍ରୀ ହୋଇଥିଲେ। ତାଙ୍କ ହତ୍ୟାକାଣ୍ଡ ନେଇ ପ୍ରତିଦିନ ବିଭିନ୍ନ ପ୍ରକାର ଖବର ଶୁଣିବାକୁ ମିଳୁଛି। ମନ୍ତ୍ରୀ ନବ ଦାସଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ ବିଜେପି କହୁଛି ସିବିଆଇ, ଆମେ କହୁଛୁ ଏସଆଇଟି ତଦନ୍ତ ହେଉ। ହେଲେ ସରକାର କ୍ରାଇମବ୍ରାଞ୍ଚର ତଦନ୍ତ କରୁଛନ୍ତି। ତାହା ଲୋକଙ୍କ ହୃଦୟକୁ ଛୁଉଁ ନାହିଁ। ଗୋପାଳ କେବଳ ପାଗଳ କି ନୁହେଁ ତାହା ତଦନ୍ତ ହେଉଛି, କିନ୍ତୁ ସେ କାହିଁକି ନବ ଦାସଙ୍କୁ ମାରିଲା ତାହା ତଦନ୍ତ ହେଉନି। ଏ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ଥରକୁ ଥର ତଥ୍ୟ ଉପସ୍ଥାପନ କରିବାକୁ ବାଚସ୍ପତିଙ୍କଠାରୁ ସେ ରୁଲିଂ ଦାବି କରିଥିଲେ।
ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ, ହତ୍ୟାକାଣ୍ଡକୁ ୩୦ ଦିନ ବିତିବ; କିନ୍ତୁ କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ କୌଣସି ଟେର ପାଉନି। କ୍ରାଇମବ୍ରାଞ୍ଚ ଉପରେ ଆଉ ଭରସା ନାହିଁ। କାହିଁକି ହତ୍ୟା ହୋଇଛି
ରାଜନୈତିକ ଉଦ୍ଦେଶ୍ୟ ନା ବ୍ୟବସାୟିକ ହତ୍ୟା ତାହା ସନ୍ଦେହଘେରରେ। ଖାକିର ତଦନ୍ତ ଖାକି କିପରି କରିବ ? ନବ ଦାସଙ୍କ କକା କହିଛନ୍ତି ଷଡ଼ଯନ୍ତ୍ର ହୋଇଛି, ଏପରିକି ସରକାର ଅର୍ଥାତ ରାଜସ୍ୱ ମନ୍ତ୍ରୀ ମଧ୍ୟ କହିଛନ୍ତି ଷଡ଼ଯନ୍ତ୍ର ହୋଇଛି। ତାଙ୍କ ସାମ୍ରାଜ୍ୟକୁ ଦଖଲ ପାଇଁ, ବର୍ତ୍ତମାନ ସେଠି ଗଣ୍ଡଗୋଳ ହେଉଛି। ଭଟଲି ବିଧାୟକ ସୁଶାନ୍ତ ସିଂ ଓ ମନ୍ତ୍ରୀ ନବ ଦାସଙ୍କ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଚାଲିଛି। ତେଣୁ ନବ ଦାସଙ୍କ ହତ୍ୟାକାଣ୍ଡରେ ଭଟ୍ଟଲି ବିଧାୟକଙ୍କୁ ତଦନ୍ତ ପରିସରଭୁକ୍ତ କରଯାଉ ବୋଲି ସେ ଦାବି କରିଥିଲେ।
ସେହିପରି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ମାସେ ବିତିବାକୁ ଯାଉଛି; କିନ୍ତୁ ତଦନ୍ତ କେବଳ ଗୋପାଳ ପାଖରେ ସୀମିତ ରହିଛି। ଗୋପାଳକୁ ପାଗଳ ସାବ୍ୟସ୍ତ କରିବା ପାଇଁ ବିଭିନ୍ନ ଜାଗାକୁ ନିଆଯାଉଛି। ଘଟଣାର ସିବିଆଇ ତଦନ୍ତ ହେଲେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବ।
ଅନ୍ୟପକ୍ଷରେ ବିଜେଡି ବିଧାୟକ ଭାଗୀରଥି ସେଠୀ କହିଛନ୍ତି ଯେ, ବିରୋଧୀ ଅଭିଯୋଗ କରିବେ ତାଙ୍କ କର୍ମ ସେ କରୁଛନ୍ତି। ନବ ଦାସଙ୍କ ହତ୍ୟା କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ତଦନ୍ତ ସରିବା ପରେ ଫଳାଫଳ ଯାହା ବାହାରିବ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଗୃହ ବିଭାଗକୁ ଚିଠି ଲେଖି ‘ଏଫବିଆଇ’ର ସହାୟତା ଲୋଡିଛନ୍ତି। ସେ କହିଛନ୍ତି ଯେ, ଭଟ୍ଟଲି ବିଧାୟକ ଜଣେ ଅମାୟିକ ଲୋକ। ବିରୋଧୀ କେବଳ ଅନ୍ଧାରରେ ବାଡ଼ି ବୁଲାଉଛନ୍ତି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories