www.samajalive.in
Wednesday, December 10, 2025
14.1 C
Bhubaneswar

ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ସୋରିଷ ତେଲ

ଆମ ଦୈନନ୍ଦିନ ଜୀବନରେ ବ୍ୟବହୃତ ସୋରିଷ ତେଲ ଖୁବ୍ ସ୍ବାସ୍ଥ୍ୟ ଉପଯୋଗୀ। ଏହାକୁ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିବା ସହ ଆହୁରି ଅନେକ କାର୍ୟ୍ୟରେ ବ୍ୟବହାର କରାଯାଇଥାଏ। ବିଶେଷ କରି ଶୀତଦିନେ ଏହାକୁ ଶରୀରରେ ମାଲିସ କରିବା ଦ୍ବାରା ଅନେକ ଲାଭ ମିଳିଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି। ଏଥିରେ ଆଇରନ୍, କ୍ୟାଲସିୟମ, ଫ୍ୟାଟି ଏସିଡ୍ ଓ ବିଟାକେରୋଟିନ ଆଦି ତତ୍ତ୍ବ ରହିଛି। ତେବେ ଚାଲନ୍ତୁ ଜାଣିବା ସୋରିଷ ତେଲ ଆମର କି ଉପକାର କରିଥାଏ – -ସମାନ ପରିମାଣର ସୋରିଷ ତେଲ ଓ ନଡ଼ିଆ ତେଲ ଏକାଠି ମିଶାଇ ଶରୀରରେ ଲଗାଇଲେ ଚର୍ମ ଚିକ୍କଣ ଓ ଉଜ୍ୱଳ ହୋଇଥାଏ। -ସୋରିଷ ତେଲରେ ଥିବା ଆଇରନ୍, କ୍ୟାଲସିୟମ ଓ ବିଟାକେରୋଟିନ୍ କେଶକୁ ଲମ୍ବା, କଳା ଓ ଚିକ୍କଣ କରିବାରେ ସାହାଯ୍ୟ କରିଥାଏ। -ସୋରିଷ ତେଲରେ ନିୟାସିନ, ଫୋଲେଟ, ଥାୟାମାଇନ୍ ଆଦି ଭିଟାମିନ୍ ରହିଛି। ଏହାକୁ ନିୟମିତ ଅଳ୍ପ ପରିମାଣରେ ଖାଇବା ଦ୍ବାରା ଶରୀର ସୁସ୍ଥ ରହିବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ। -ଶୀତଦିନେ ଦେଖାଯାଉଥିବା ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସୋରିଷ ତେଲରେ କର୍ପୁର ମିଶାଇ ଅଳ୍ପ ଉଷୁମ କରି ମାଲିସ କରନ୍ତୁ। -ସୋରିଷ ତେଲରେ ଅଳ୍ପ ହେଙ୍ଗୁ, ଜୁଆଣି ଓ ୨-୩ଟି ରସୁଣ ପାଖୁଡ଼ା ମିଶାଇ ଉଷୁମ କରିବା ପରେ ଏହି ତେଲକୁ ଅଣ୍ଟାରେ ମାଲିସ କଲେ ଅଣ୍ଟା ଦରଜରୁ ଆରାମ ମିଳିଥାଏ। -ରାତିରେ ଶୋଇବା ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ସୋରିଷ ତେଲ ମାଲିସ ହୋଇ ଶୋଇଲେ ମଶା କାମୁଡି ନଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories