www.samajalive.in
Sunday, December 7, 2025
14.1 C
Bhubaneswar

ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ସୋରିଷ ତେଲ

ଆମ ଦୈନନ୍ଦିନ ଜୀବନରେ ବ୍ୟବହୃତ ସୋରିଷ ତେଲ ଖୁବ୍ ସ୍ବାସ୍ଥ୍ୟ ଉପଯୋଗୀ। ଏହାକୁ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିବା ସହ ଆହୁରି ଅନେକ କାର୍ୟ୍ୟରେ ବ୍ୟବହାର କରାଯାଇଥାଏ। ବିଶେଷ କରି ଶୀତଦିନେ ଏହାକୁ ଶରୀରରେ ମାଲିସ କରିବା ଦ୍ବାରା ଅନେକ ଲାଭ ମିଳିଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି। ଏଥିରେ ଆଇରନ୍, କ୍ୟାଲସିୟମ, ଫ୍ୟାଟି ଏସିଡ୍ ଓ ବିଟାକେରୋଟିନ ଆଦି ତତ୍ତ୍ବ ରହିଛି। ତେବେ ଚାଲନ୍ତୁ ଜାଣିବା ସୋରିଷ ତେଲ ଆମର କି ଉପକାର କରିଥାଏ – -ସମାନ ପରିମାଣର ସୋରିଷ ତେଲ ଓ ନଡ଼ିଆ ତେଲ ଏକାଠି ମିଶାଇ ଶରୀରରେ ଲଗାଇଲେ ଚର୍ମ ଚିକ୍କଣ ଓ ଉଜ୍ୱଳ ହୋଇଥାଏ। -ସୋରିଷ ତେଲରେ ଥିବା ଆଇରନ୍, କ୍ୟାଲସିୟମ ଓ ବିଟାକେରୋଟିନ୍ କେଶକୁ ଲମ୍ବା, କଳା ଓ ଚିକ୍କଣ କରିବାରେ ସାହାଯ୍ୟ କରିଥାଏ। -ସୋରିଷ ତେଲରେ ନିୟାସିନ, ଫୋଲେଟ, ଥାୟାମାଇନ୍ ଆଦି ଭିଟାମିନ୍ ରହିଛି। ଏହାକୁ ନିୟମିତ ଅଳ୍ପ ପରିମାଣରେ ଖାଇବା ଦ୍ବାରା ଶରୀର ସୁସ୍ଥ ରହିବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ। -ଶୀତଦିନେ ଦେଖାଯାଉଥିବା ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସୋରିଷ ତେଲରେ କର୍ପୁର ମିଶାଇ ଅଳ୍ପ ଉଷୁମ କରି ମାଲିସ କରନ୍ତୁ। -ସୋରିଷ ତେଲରେ ଅଳ୍ପ ହେଙ୍ଗୁ, ଜୁଆଣି ଓ ୨-୩ଟି ରସୁଣ ପାଖୁଡ଼ା ମିଶାଇ ଉଷୁମ କରିବା ପରେ ଏହି ତେଲକୁ ଅଣ୍ଟାରେ ମାଲିସ କଲେ ଅଣ୍ଟା ଦରଜରୁ ଆରାମ ମିଳିଥାଏ। -ରାତିରେ ଶୋଇବା ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ସୋରିଷ ତେଲ ମାଲିସ ହୋଇ ଶୋଇଲେ ମଶା କାମୁଡି ନଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories