www.samajalive.in
Tuesday, December 9, 2025
26.1 C
Bhubaneswar

ଦଳ ଛାଡ଼ିବାର ସଂକେତ ଦେଲେ କଂଗ୍ରେସ ବିଧାୟକ ବେଗ, କହିଲେ ଏନଡିଏ ସହ ସାଲିସ କରନ୍ତୁ ମୁସଲମାନ

ବେଙ୍ଗାଲୁରୁ : କର୍ଣ୍ଣାଟକର କଂଗ୍ରେସ ବିଧାୟକ ରୋଶନ ବେଗ ଦଳ ଛାଡ଼ିବା ନେଇ ମଙ୍ଗଳବାର ସଂକେତ ଦେଇଛନ୍ତି। ଲୋକସଭା ନିର୍ବାଚନ ଏକ୍‍ଜିଟ୍‍ ପୋଲ ଅନୁମାନ ସାମ୍ନାକୁ ଆସିବା ପରେ ଦଳର ନିରାଶାଜନକ ପ୍ରଦର୍ଶନ ପାଇଁ ବେଗ୍‍ କର୍ଣ୍ଣାଟକ କଂଗ୍ରେସ ପ୍ରଭାରୀ କେସି ଭେଣୁଗୋପାଳ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କୁ ଦାୟୀ କରିଛନ୍ତି। ଏହାସହ ବେଗ୍‍ ଏନ୍‍ଡିଏ ସରକାର ଗଠନ ହେଲେ ତାହା ସହ ସାଲିସ୍‍ କରିବାକୁ ମୁସଲମାନଙ୍କୁ ପରାମର୍ଶ ଦେଇଛନ୍ତି।
ସେ କହିଛନ୍ତି ଯେ ଯଦି ଏନ୍‍ଡିଏ ସରକାର ଗଠନ କରେ ତେବେ ମୁସଲମାନ ଭାଇମାନେ ବୁଝାମଣା କରିନେବା ଆବଶ୍ୟକ। ଆବଶ୍ୟକ ପଡ଼ିଲେ ବିଜେପି ସହ ହାତ ମିଳାଇ ନେବା ଠିକ୍‍ ହେବ। କୌଣସି ଗୋଟିଏ ଦଳର ଅନୁଗତ ହୋଇ ରହିବା ଅନୁଚିତ। କର୍ଣ୍ଣାଟକରେ କଂଗ୍ରେସ କେବଳ ଜଣେ ମୁସଲମାନଙ୍କୁ ଟିକେଟ୍‍ ପ୍ରଦାନ କରିଛି। ଆବଶ୍ୟକତା ପଡ଼ିଲେ କଂଗ୍ରେସ ଛାଡ଼ିଦେବି।
ଅପରପକ୍ଷରେ ବେଗଙ୍କ ମନ୍ତବ୍ୟ ସହ ଦଳର କୌଣସି ନେଣଦେଣ ନାହିଁ। ଏହା ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି। ୨୩ରେ ଫଳାଫଳ ଘୋଷଣା ହେବା ପରେ ରାଜନୈତିକ ସ୍ଥିତି ବଦଳିବ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories