www.samajalive.in
Sunday, December 7, 2025
14.1 C
Bhubaneswar

ତରଭୂଜ ଖଣ୍ଡରେ ସଙ୍ଗୀତ ବଜାଉଛନ୍ତି ବ୍ୟକ୍ତି

ଦୁନିଆରେ ବହୁତ କମ ଲୋକେ ଥିବେ ଯେ କି ସଙ୍ଗୀତ ଶୁଣିବାକୁ ପସନ୍ଦ କରୁନଥିବେ। ମାତ୍ର ସଙ୍ଗୀତ ଯନ୍ତ୍ର ବ୍ୟତୀତ ଆପଣ କେବେ ଫଳରେ ସଙ୍ଗୀତ ବଜାଉଥିବାର ଦେଖିଛନ୍ତି କି? ଏହା ଶୁଣି ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ ଏହା କିପରି ସମ୍ଭବ। ମାତ୍ର କଥାଟା କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଏବେ ସୋସିଆଲ ମିଡ଼ିଆରେ ଏଭଳି ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଜଣେ ଯୁବକ ତରଭୂଜ, କିୱି ଆଦିକୁ ସଂଯୋଗ କରି ବୈଦୁତିକ ସଙ୍ଗୀତ ବଜାଉଛନ୍ତି।
ଏକ ମିନିଟର ଏହି ଭିଡ଼ିଓ ତରଭୂଜ ଓ କିୱିର ସହ ଆରମ୍ଭ ହୋଇଛି। ଏକ ବେଞ୍ଚରେ ତରଭୂଜ ଓ କିୱିର ଖଣ୍ଡ ରଖାଯାଇଛି। ଧ୍ୟାନରେ ଦେଖିଲେ ଆପଣ ଜାଣି ପାରିବେ ଫଳ ର ଶେଷ ଆଡ଼କୁ ବୈଦୁତିକ ତାର ଖଞ୍ଜା ଯାଇଛି ଏହାସହ ଧାତୁର ନିର୍ମିତ ଏକ ବୋର୍ଡ଼ରେ ଜଡ଼ିତ ହୋଇ ରହିଛି। ବୋର୍ଡ଼ର ଆଗରେ ଏକ ଲାପଟପ ମଧ୍ୟ ରହିଛି। ଏହାପରେ ବ୍ୟକ୍ତି ଜଣଙ୍କ ସଙ୍ଗୀତ ବଜାଇବାକୁ ଆରମ୍ଭ କରିବା ପରେ ତାହା ବିଭିନ୍ନ ଶବ୍ଦ ଓ ସଙ୍ଗୀର ଧ୍ୱନି ସୃଷ୍ଟି କରୁଛି। ବର୍ତ୍ତମାନ ଏହି ଭିଡ଼ିଓ ଖୁବ ଭାଇରାଲ ହେବା ସହ ଲୋକେ ଏହାକୁ ଦେଖିବାକୁ ଖୁବ ପସନ୍ଦ କରୁଛନ୍ତି।

 

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories