ପାଟଣା ଥାନା ଅଞ୍ଚଳରେ ହତ୍ୟାକାଣ୍ଡ , ଦୁଇ ଦିନ ହେଲା ଘରେ ପଡି ରହିଛି ମୃତଦେହ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳ ସାହାରପଡା  ବ୍ଲକ କୁଣ୍ଡୁଳା  ପଞ୍ଚାୟତ  ଫୁଲପାହାଡି ଗ୍ରାମର ଭାଲୁଘରା ସାହିରେ ଗତକାଲି ହତ୍ୟାକାଣ୍ଡ ଘଟିଥିବା ବେଳେ ଦୁଇ ଦିନ ଘରେ ମୃତଦେହ ପଡିରହିବା ପରେ ଶୁକ୍ରବାର ବିଳମ୍ବିତ ସଂନ୍ଧ୍ୟାରେ ଘଟଣା ଲୋକ ଲୋଚନକୁ ଆସିଛି । ମୃତକ ଭାଲୁଘରା ସାହିର କାଦେ ହେମ୍ବ୍ରମ (୫୫) ବୋଲି ଜଣାପଡିଛି । ତାଙ୍କ ମାନଷିକ ବିକୃତ ପୁଅ ହିଁ ହତ୍ୟାକାରୀ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି । ଶୁକ୍ରବାର ରାତିରେ ପାଟଣା ପୁଲିସ ପାଖରେ ଖବର ପହଞ୍ଚିବାରୁ ଶନିବାର ସକାଳୁ ପୁଲିସ ଭାଲୁଘରା ସାହିକୁ ଯିବ ବୋଲି ଜଣାପଡିଛି ।

Comments are closed.