ମାନସିକ ପାଇଁ ନିଜ ଶିଶୁ କନ୍ୟାକୁ ବଳି

0

ଯୋଧପୁର: ମାନସିକ ପୂରଣ ପାଇଁ ନିଜର ୪ ବର୍ଷର କନ୍ୟାକୁ ବଳି ଦେଇଛି ଜଣେ ଯୁବକ। ଶିଶୁର ଗଳାକାଟି ଅତି ନୃଶଂସ ଭାବେ ହତ୍ୟା କରିଥିବା ୨୬ ବର୍ଷ ବୟସ୍କ ନୱାବ ଅଲ୍ଲୀ କ୍ୟୁରେସି ନାମକ ଏହି ଯୁବକକୁ ପୁଲିସ ଶନିବାର ଗିରଫ କରିଛି।
ପୁଲିସ ଜେରା ବେଳେ ନୱାବ କହିଛି ଯେ ରମ୍‍ଜାନ୍‍ ବେଳେ ଗଡ୍‍ଙ୍କୁ ଖୁସି କରିବାକୁ ସେ ନିଜ ଝିଅ ରିଜ୍‍ୱାନ୍‍କୁ ଗୁରୁବାର ଅପରାହ୍ଣରେ ବଳି ଦେଇଛି। ବଳି ଦେବା ପୂର୍ବରୁ ନୱାଜ୍‍ ରିଜ୍‍ୱାନ୍‍କୁ ବଜାରକୁ ନେଇ ତା’ ମନପସନ୍ଦର ଅନେକ କଣ୍ଢେଇ କିଣିଥିଲା ଏବଂ ତାକୁ ଖୁବ୍‍ ଭଲ ପାଉଛି ବୋଲି କହିଥିଲା। ରାତିରେ ସମସ୍ତେ ଶୋଇପଡ଼ିବା ପରେ ଝିଅର ବେକ କାଟି ହତ୍ୟା କରିଥିଲା।
ସକାଳୁ ନୱାବ୍‍ର ପତ୍ନୀ ଝିଅକୁ ଖୋଜିବା ପରେ ଘରେ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲା। କୌଣସି ଅଜଣା ବ୍ୟକ୍ତି ଝିଅକୁ ହତ୍ୟା କରିଥିବ ଭାବି ନବାବ୍‍ଙ୍କ ପତ୍ନୀ ଥାନାରେ ଏତଲା ଦେଇଥିଲା। କିନ୍ତୁ କୌଣସି ଜନ୍ତୁ ଝିଅକୁ ମାରି ଦେଇଛି ବୋଲି ନୱାବ୍‍ କହିଥିଲା। ପତ୍ନୀ ଦେଇଥିବା ଏତଲା ଆଧାରରେ ପୁଲିସ୍‍ ସାଇଣ୍ଟିଫିକ୍‍ ଟିମ୍‍ ସହାୟତାରେ ଅନୁସନ୍ଧାନ କରିଥିଲା। ପାରିପାଶ୍ୱର୍ିକ ସ୍ଥିତିରୁ କୌଣସି ବାହାର ଲୋକ ହତ୍ୟା କରିଥିବା ପ୍ରମାଣ ନ ମିଳିବାରୁ ସନ୍ଦେହରେ ପୁଲିସ ନୱାବ୍‍କୁ ଥାନାକୁ ଡାକି ଜେରା କରିଥିଲା। ଜେରା ବେଳେ ନୱାବ୍‍ ଦୋଷ ସ୍ୱୀକାର କରିଥିଲା।

Leave A Reply