ବୃଦ୍ଧଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

0

ଅନୁଗୁଳ: ଅନୁଗୁଳ ଥାନା କୁକୁଡାଙ୍ଗ ଗାଁରେ ଅଘଟଣ ଘଟିଯାଇଛି । ଜମିବାଡ଼ି ବିବାଦକୁ ନେଇ ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ରଜନିପାଳ ଗାଁର ଉଛବ ବେହେରାଙ୍କ ପରିବାର ଓ ତାଙ୍କ ସମ୍ପର୍କୀୟ ଭାଇ ପଣ୍ଡି ବେହେରାଙ୍କ ମଧ୍ୟରେ ଅନେକ ଦିନ ହେଲା ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ତେବେ ଗତ କାଲି ସନ୍ଧ୍ୟାରେ ମଧ୍ୟ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସା ବେଳେ ପଣ୍ଡି ବେହେରା ଓ ତାଙ୍କ ଦୁଇ ପୁଅ ଉଛବଙ୍କୁ କୁକୁଡାଙ୍ଗ ଗାଁରେ ଏକ ଖୁଣ୍ଟରେ ବାନ୍ଧି ଦେଇ ନିର୍ଧୁମ ମାଡ଼ ମାରିଥିଲେ । ଉଛବ ଅଚେତ ହୋଇ ଯାଇଥିବବେଳେ ପଣ୍ଡି ଓ ତାଙ୍କ ଦୁଇ ପୁଅ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଖବର ପାଇ ଉଛବଙ୍କ ପୁଅ ଓ ପରିବାର ଘଟଣାସ୍ଥଳରେ ପହଞ୍ଚି ଉଛବଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply